Latest Odisha News

BREAKING NEWS

ଭାଙ୍ଗୁଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ରାୟପରୁ: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ। ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨୨ ନକ୍ସଲ। ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ ୧୪ ପୁରୁଷ ଓ ୮ ମହିଳା ଅଛନ୍ତି। ମାଓବାଦୀଙ୍କ ନାଁରେ ୩୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।

ସୁରକ୍ଷା ବାହିନୀର ଲଗାତାର ମାଓ ବିରୋଧୀ ଅଭିଯାନ ଦ୍ବାରା ହତୋତ୍ସାହିତ ହୋଇ ସଙ୍ଗଠନର ଆଭିମୁଖ୍ୟ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି। ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ପ୍ୟାକେଜ୍ ମଧ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଛି। ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ଏବଂ ମୁଖ୍ୟସ୍ରୋତରେ ସାମିଲ କରାଯିବ ବୋଲି ବସ୍ତର IG ସୁନ୍ଦର ରାଜ ପି କହିଛନ୍ତି।

ମାଓ ସଙ୍ଗଠନର ବଡ଼ ନେତାଙ୍କ ମୃତ୍ୟୁ ପରେ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏହା ସହ ପୁଲିସ ପକ୍ଷରୁ ଘନ ଘନ କମ୍ଵିଂ ଅପରେସନ ଯୋଗୁଁ ମାଓବାଦୀମାନେ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରୁଛନ୍ତି। ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ୧୦୩୯ ଜଣ ନକ୍ସଲ ହିଂସାର ପଥ ଛାଡି ଆତ୍ମସମର୍ପଣ କରିସାରିଛନ୍ତି । ଆଗକୁ ଆହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Comments are closed.