ରାଉରକେଲା: ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ ହୋଇଛି । ସର୍ଚ୍ଚ ଅପରେସନ ବେଳେ ୫ ବଙ୍କର ଠାବ ହୋଇଛି । ସରଣ୍ଡାରେ ମାଓବାଦୀ ବଙ୍କର ଭିତରେ ଗୋଳାବାରୁଦ ଗଚ୍ଛିତ ରଖିଥିବା ଗୁପ୍ତ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ସିଆରପିଏଫ ୨୦୯ ବାଟାଲିଅନର କୋବ୍ରା ବାହିନୀ ଚାଇବାସା ପୋଲିସ।
ଜଙ୍ଗଲ ଭିତରେ ୫ ବଙ୍କର ଠାବ ହୋଇଥିଲା। ଏଥିରୁ ବହୁ ପରିମାଣର ବିସ୍ଫୋରକ ଓ ବୋମା ତିଆରି ସାମଗ୍ରୀ ମିଳିଛି। ବଙ୍କର ଭିତରେ ଇଲେକଟ୍ରୋନିକ ଡେଟୋନେଟର, ଓ୍ବାକିଟକି ସେଟ୍, ସେଫ୍ଟି ଫ୍ୟୁଜ, ଏରୋ ବମ ଆସେମ୍ଲି, ବିଦ୍ୟୁତ ତାର, ଆମୋନିୟମ ପାଉଚ ଓ ୟୁନିଫର୍ମ ଡ୍ରେସ୍ ମିଳିଛି। ଡେଟୋନେଟରଗୁଡ଼ିକୁ ବୋମା ନିଷ୍କ୍ରିୟ କରାଯାଇଥିବା ବେଳେ ବଙ୍କର ଗୁଡ଼ିକୁ ସୁରକ୍ଷା ବାହିନୀ ଧ୍ବଂସ କରିଛନ୍ତି।
ଅନ୍ୟପଟେ ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୪୫ ମାଓବାଦୀ। ବସ୍ତର, ନାରାୟଣପୁର ଓ ସୁକ୍ମାରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମଧ୍ୟରେ ୩୭ ପୁରୁଷ ଓ ୮ ମହିଳା ଥିବା ସୂଚନା ରହିଛି। ୨୨ ହାର୍ଡକୋର ମାଓବାଦୀଙ୍କ ନାଁରେ ୩୭ ଲକ୍ଷର ପୁରସ୍କାର ରାଶି ଥିଲା। ଆଉ ୨୩ ମାଓବାଦୀଙ୍କ ନାଁରେ ୧ କୋଟି ୧୮ ଲକ୍ଷର ପୁରସ୍କାର ରାଶି ଥିଲା।
Comments are closed.