Latest Odisha News

BREAKING NEWS

ଅପରେସନ ସିନ୍ଦୂର ପରେ ଭାରତ ଊପରେ ପରମାଣୁ ଆକ୍ରମଣ କରିଥାନ୍ତା କି ପାକିସ୍ତାନ….କ’ଣ କହିଲେ ସରିଫ୍?

ନୂଆଦିଲ୍ଲୀ: ଭାରତ ସହିତ ସମ୍ପ୍ରତି ସାମରିକ ମୁକାବିଲା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପରମାଣୁ ଯୁଦ୍ଧର କୌଣସି ସମ୍ଭାବନାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ କୌଣସି ଆକ୍ରମଣ ପାଇଁ ନୁହେଁ, ବରଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ଏବଂ ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ।

ଶନିବାର ଇସଲାମାବାଦରେ ଛାତ୍ରମାନଙ୍କୁ ସମ୍ବୋଧିତ କରି ସରିଫ କହିଥିଲେ, ଆମର ପରମାଣୁ କାର୍ଯ୍ୟକ୍ରମ ଦେଶର ସୁରକ୍ଷା ପାଇଁ, ଆକ୍ରମଣ ପାଇଁ ନୁହେଁ। ଏହାକୁ ଆକ୍ରମଣର ଏକ ଉପାୟ ବୋଲି ଭାବିବା ଭୁଲ । ଏଥିସହିତ ଭାରତ ପାକିସ୍ତାନ ମଧ୍ୟରେ ଚାରି ଦିନ ଧରି ଚାଲିଥିବା ସାମରିକ ଉତ୍ତେଜନା ଉପରେ ଆଲୋଚନା କରି ସେ ଦାବି କରିଥିଲେ ଯେ ଭାରତୀୟ ଆକ୍ରମଣରେ ୫୫ ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ତଥାପି, ସେ ଜୋର ଦେଇ କହିଥିଲେ ଯେ ପାକିସ୍ତାନ ଏହାର ପୂର୍ଣ୍ଣ ବଳରେ ଜବାବ ଦେଇଥିଲା ।

ତେବେ ସରିଫଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏପ୍ରିଲ ୨୨ରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ‘ଅପରେସନ ସିନ୍ଦୁର’ ଅଧୀନରେ ଏକ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ କରିଥିଲା। ସେହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା, ଯାହାର ଦାୟିତ୍ୱ ଲସ୍କର-ଏ-ତୈବା ସହିତ ଜଡିତ ସଂଗଠନ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ନେଇଥିଲା। ଆଉ ଏହା ପରେ ଅନେକ ଦାବି ହୋଇଥିଲା ଯେ କି ପାକିସ୍ତାନ ପରମାଣୁ ଅସ୍ତ୍ର ପ୍ରୟୋଗ ନେଇ ଯୋଜନା କରୁଥିଲା । ହେଲେ ଏବେ ଏହାକୁ ପ୍ରତ୍ୟାଖ୍ୟାନ କରିଚନ୍ତି ପାକ୍ ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ସେହି ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କୁ ପଦରୁ ହଟାଯାଇପାରିବ ଏବଂ ତାଙ୍କ ସ୍ଥାନରେ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ରାଷ୍ଟ୍ରପତି ହେବାକୁ ଯୋଜନା କରୁଛନ୍ତି। ପାକ୍ ପ୍ରଧାନମନ୍ତ୍ରୀ ସରିଫ ଶୁକ୍ରବାର ଦି ନ୍ୟୁଜ୍ ସହିତ ଏକ ଆଲୋଚନାରେ କହିଛନ୍ତି, ଫିଲ୍ଡ ମାର୍ଶାଲ ଅସୀମ ମୁନିର କେବେ ରାଷ୍ଟ୍ରପତି ହେବାର ଇଚ୍ଛା ପ୍ରକାଶ କରିନାହାଁନ୍ତି କିମ୍ବା ଏପରି କୌଣସି ଯୋଜନା ନାହିଁ। ଏଗୁଡ଼ିକ କେବଳ ଅନୁମାନ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ, ରାଷ୍ଟ୍ରପତି ଜର୍ଦ୍ଦାରୀ ଏବଂ ସେନା ମୁଖ୍ୟ ମୁନିରଙ୍କ ମଧ୍ୟରେ ସମ୍ମାନ ଏବଂ ବିଶ୍ୱାସ ଉପରେ ଆଧାରିତ ଏକ ସମ୍ପର୍କ ରହିଛି।

Comments are closed.