Latest Odisha News

BREAKING NEWS

ରୋହିତ, କୋହଲିଙ୍କ ଅବସର: ସ୍ପଷ୍ଟ ହେଲା ବିସିସିଆଇର ଭୂମିକା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଇଂଲଣ୍ଡ ଗସ୍ତ ପୂର୍ବରୁ ଏହି ଘୋଷଣା ପ୍ରଶଂସକଙ୍କୁ ନିରାଶ କରିଥିଲା । ପଛରେ ଗୁଜବ ଉଠିଥିଲା ଯେ, ଏମାନଙ୍କୁ ଅବସର ନେବା ପାଇଁ ବିସିସିଆଇ ପରୋକ୍ଷରେ ଚାପ ପକାଇଥିଲା । ଏବେ ବିସିସିଆଇ ଏ ନେଇ ମୁହଁ ଖୋଲିଛି । ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଲା କହିଛନ୍ତି ଯେ, ସେମାନଙ୍କୁ ଅବସର ନେବା ପାଇଁ କୌଣସି ପ୍ରକାରର ଚାପ ପକାଯାଇ ନ ଥିଲା । ଆମେ ବି ଆଶ୍ଚର୍ଯ୍ୟଚକିତ ହୋଇଥିଲୁ । ଏବେ ମଧ୍ୟ ତାଙ୍କ ଅଭାବ ପରିଲକ୍ଷିତ ହେଉଛି । ସେମାନେ ନିଜ ଇଚ୍ଛାରେ ଏହି ନିଷ୍ପତି ନେଇଥିଲେ ।

ଆମ ପାଇଁ ଖୁସୀର କଥା ଯେ, ଉଭୟ ଦିନିକିଆ କ୍ରିକେଟ ପାଇଁ ଉପଲବ୍ଧ ଅଛନ୍ତି । କୋହଲି ୨୦୧୧ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ୧୨୩ ଟେଷ୍ଟରେ ୪୬.୯୦ ଆଭରେଜରେ ୯୨୩୦ ରନ କରିଥିଲେ । ଏଥିରେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ । ରୋହିତ ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୬୭ ମ୍ୟାଚରେ ୪୦ରୁ ଊର୍ଦ୍ଧ୍ୱ ଆଭରେଜରେ ୪୩୦୧ ରନ କରିଛନ୍ତି । ଏଥିରେ ୧୨ ଶତକ ଓ ୧୮ ଅର୍ଦ୍ଧଶତକ ରହିଛି ।

Comments are closed.