Latest Odisha News

BREAKING NEWS

ଏଣିକି ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍; କେବଳ ଗାଡ଼ିରେ ମିଳିବ…

ଭୁବନେଶ୍ବର: ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍ ଓ ଡିଜେଲ । କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ଭରାଯିବ। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ।

ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ୩ଟି ଡିପୋରେ ଲାଗୁ ହେବ। ତେବେ ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସଂଘ ପକ୍ଷରୁ କୁହାଯାଇଛି ଯେ, ପେଟ୍ରୋଲ ପମ୍ପରେ ଏବେ ବୋତଲ ଉପରେ କଡ଼ା କଟକଣା ଲାଗିବ। ଏ ନେଇ ଗତକାଲି ସଂଘର ମିଟିଂ ହୋଇସାରିଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କେବଳ ସାମ୍ପୁଲ ଓ ଗାଡ଼ିରେ ପେଟ୍ରୋଲ ଦେବାକୁ ନିୟମ କରାଯାଇଛି। ତେବେ କୌଣସି ପରିସ୍ଥିତିରେ ବୋତଲରେ ତେଲ ଦିଆଯିବ ନାହଁ। ଅତି ଆବଶ୍ୟକ ପରିସ୍ଥିତିରେ ଆଧାରକାର୍ଡ଼ ଜେରକ୍ସ ରଖି ପେଟ୍ରୋଲ ଦିଆଯାଇପାରିବ ।

ସୂଚନାନୁସାରେ,ଗତ ୧୨ ତାରିଖରେ ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି କରିଥିଲେ। ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାପରେ ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ କରୁଛି ଯେ, କଲେଜ କ୍ୟାମ୍ପସ ଭିତରକୁ ପେଟ୍ରୋଲ ଆଣିଥିଲା କିଏ। ଏନେଇ କ୍ରାଇମବ୍ରାଞ୍ଚ ତାରିଣୀ ପେଟ୍ରୋଲ ପମ୍ପକୁ ଯାଇ ସେଠାକାର କର୍ମଚାରୀଙ୍କୁ ପଚରା ଉଚରା କରିବା ପରେ ତଦନ୍ତରୁ ଜଣାପଡ଼ିଛି ଯେ, ଜଣେ ଯୁବତୀ ବୋତଲରେ ପେଟ୍ରୋଲ ନେଇଥିଲେ। ସ୍କୁଟିରେ ପେଟ୍ରୋଲ ନାହିଁ କହି ପେଟ୍ରୋଲ ନେଇଥିଲେ । ସେହି ପେଟ୍ରୋଲରେ କଲେଜ ଛାତ୍ରୀ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ତେବେ ସମ୍ପୃକ୍ତ ଯୁବତୀ ଜଣକ କିଏ ସେ ସମ୍ପର୍କରେ ତଦନ୍ତକାରୀ ଦଳ ଭିଡ଼ିଓ ଫୁଟେଜ ଓ ଅନ୍ୟ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।

 

 

Comments are closed.