ନୂଆଦିଲ୍ଲୀ: ଋଷ-ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ୪୯ ଜଣ ଯାତ୍ରୀଙ୍କୁ ନେଇ ଏକ ଅଙ୍ଗାରା ବିମାନ ରାଡାରରୁ ନିଖୋଜ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଋଷ ସେନା ଏକ ଦୁର୍ଗମ ଅଞ୍ଚଳରେ ବିମାନର ଭଗ୍ନାବଶେଷ ପାଇଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ବେଳେ ଦୁର୍ଘଟଣାରୁ କେହି ବଞ୍ଚି ପାରିନଥିଲେ।
କୁହାଯାଉଛି ଯେ ଅଙ୍ଗାରା ଏୟାରଲାଇନ୍ସର ବିମାନଟି ବାଲାଗୋଭେସଚେନସ୍କରୁ ଚୀନ ସୀମାରେ ଥିବା ଅମୁର ଅଞ୍ଚଳର ଟିଣ୍ଡା ବିମାନବନ୍ଦରକୁ ଯାଉଥିଲା। ଅଙ୍ଗାରା ଏୟାରଲାଇନ୍ସର ବିମାନ N24 ଟିଣ୍ଡା ବିମାନବନ୍ଦରରେ ଅବତରଣ କରିବାର ଥିଲା କିନ୍ତୁ ବିମାନଟି ୧୫ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଭଗ୍ନାବଶେଷ ଏକ ଜଙ୍ଗଲରୁ ମିଳିଛି। ଋଷର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ କହିଛି ଯେ ବିମାନର “ଜ୍ୱଳନ୍ତ ଭଗ୍ନାବଶେଷ” ମିଳିଛି।
ସୂଚନା ଅନୁଯାୟୀ, ବିମାନଟି ଇରକୁଟସ୍କ ସହରରୁ ଉଡ଼ାଣ ଭରିବା ପରେ ୟାକୁଟସ୍କରେ ପହଞ୍ଚିବାର ଥିଲା, କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନଟି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ସହିତ ଯୋଗାଯୋଗ ହରାଇଥିଲା। ଅନେକ ଚେଷ୍ଟା ସତ୍ତ୍ୱେ ବିମାନ ସହିତ ଯୋଗାଯୋଗ ହୋଇପାରିଲା ନାହିଁ। ପରେ ଋଷ ସେନା ଜଙ୍ଗଲରେ ଭଗ୍ନାବଶେଷ ଦେଖିଥିଲା।
ଦୁର୍ଘଟଣାଗ୍ରସ୍ତ AN-24 ର ଭଗ୍ନାବଶେଷ ଅଧ କିଲୋମିଟର ପର୍ଯ୍ୟନ୍ତ ବିଛାଡ଼ି ହୋଇପଡ଼ିଛି। ଉଦ୍ଧାରକାରୀ ଦଳ ଦଉଡ଼ି ସାହାଯ୍ୟରେ ଦୁର୍ଘଟଣାସ୍ଥଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ।
Comments are closed.