Latest Odisha News

BREAKING NEWS

ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ପକ୍ଷରୁ ୨୩ ପ୍ରକଳ୍ପକୁ ମଞ୍ଜୁରୀ; ୧୧ହଜାରରୁ ଅଧିକ ନିଯୁକ୍ତି ହେବ ସୃଷ୍ଟି

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷକତାରେ ଗୁରୁବାର ବସିଥିଲା ୧୩୮ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ । ତେବେ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ପକ୍ଷରୁ ୨୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୪,୯୮୨.୬୬ କୋଟି ଟଙ୍କାର ୨୩ଟି ନୂତନ ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ତେବେ ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ୧୧,୯୩୩ଟି ନିଯୁକ୍ତି ସୃଷ୍ଟି କରିବ।

ତେବେ ବୟନ, ଇସ୍ପାତ, ଶକ୍ତି, ପର୍ଯ୍ୟଟନ, ଏରୋସ୍ପେଶ୍, ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ ହେବ ।
ଖୋର୍ଦ୍ଧାରେ ୩୫୦ କୋଟି ଟଙ୍କା ବ୍ୟୟରେ ହେବ କପଡ଼ା ଫ୍ୟାକ୍ଟ୍ରି । ସେହିପରି ପର୍ଯ୍ୟଟନ ପାଇଁ ପୁରୀ, ଗଜପତି, ନୟାଗଡ଼, କନ୍ଧମାଳ, ଗଞ୍ଜାମକୁ ଗୁରୁତ୍ବ ଦେଇ ୫ ଜିଲ୍ଲାରେ ବିନିଯୋଗ ହେବ ୪୭୯ କୋଟି ଟଙ୍କା । ସେହିପରି ବୋନଭି ଟେକ୍ନୋଲୋଜି ଖୋର୍ଦ୍ଧାରେ ୩୦୦ କୋଟି ଟଙ୍କା ବ୍ୟୟରେ ଏକ ଡ୍ରୋନ ଉତ୍ପାଦନ କାରଖାନା ସ୍ଥାପନ କରିବ ।

ଏସବୁ ନିବେଶ ପ୍ରସ୍ତାବଗୁଡ଼ିକ ମଧ୍ୟରେ ସର୍ବାଧିକ ନିବେଶ ପ୍ରସ୍ତାବ ଲୁମିନସ ପାଓ୍ବାର ଟେକ୍ନୋଲୋଜି ପକ୍ଷରୁ ଦିଆଯାଇଛି। କମ୍ପାନି ଗୋପାଳପୁରଠାରେ ସୋଲାର ସେଲ ଓ ସୋଲାର ଫଟୋ ଭୋଲଟାଇକ୍ ମଡ୍ୟୁଲ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ।

Comments are closed.