କନ୍ଧମାଳ:ଜିଲ୍ଲାରେ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ଏକ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନିଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ମାସିକ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ୨ ଛାତ୍ରୀ ଗର୍ଭବତୀ ସୂଚନା ମିଳିଛି ।
ବିଦ୍ୟାଳୟ କର୍ତ୍ତୃପକ୍ଷ କୋଟଗଡ଼ ଓ ବେଲଘର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରିଛନ୍ତି।
ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀମାନେ ବିଦ୍ୟାଳୟକୁ ଫେରିଥିବା ବେଳେ ମାସିକ ଋତୁସ୍ରାବ ତଦାରଖ ସମୟରେ ଦୁଇ ଜଣ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଥିଲା । ଏତଲାକୁ ଆଧାରକରି କୋଟଗଡ଼ ଥାନାରେ କେସ ନମ୍ବର ୧୦୩/୨୫ ଏବଂ ବେଲଘର ଥାନାରେ ୬୪/୨୫ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
Comments are closed.