Latest Odisha News

ଲଘୁଚାପ ପ୍ରଭାବରେ ୨୮ ଯାଏଁ ସାରା ରାଜ୍ୟରେ ବର୍ଷା, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏଭଳି ସ୍ଥିତି ୨୮ ତାରିଖ ଯାଏଁ ରହିବ। ଆଜି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡକୁ ଆଲର୍ଟ ଜାରି ହୋଇଛି ।

ବର୍ଷା ସହ ବିଜୁଳି, ଘଡଘଡି ୩୦ରୁ ୪୦ କିମି ବେଗରେ ପବନ ବହିବ। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅନ୍ୟ ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତା ୨୮ ତାରିଖ ଯାଏ ବର୍ଷା ଲାଗି ରହିବ। ଆସ୍ତେ ଆସ୍ତେ ୩୦ରୁ କମିବ ବର୍ଷାର ପରିମାଣ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ତେବେ ଏତେ ପରିମାଣର ବର୍ଷା ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ଉପୁଜିବା ସହ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି । ତେବେ ନଦୀଗୁଡ଼ିକ ବିପଦ ସଙ୍କେତ ତଳେ ରହିଥିବା ବେଳେ ଆସନ୍ତାକାଲି ବି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ କହିଛି ଜଳସମ୍ପଦ ବିଭାଗ । ଯଦି ଆଗକୁ ବର୍ଷା ଲଗାତର ଭାବରେ ବଢ଼େ ତେବେ ନଦୀକୁଳ ଏବଂ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ ଏବଂ ସହାୟତା ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ଟ ଟିମ୍ ସହାୟତା ନିଆଯିବ।

Comments are closed.