Latest Odisha News

BREAKING NEWS

ସାଙ୍ଗକୁ ହାଣି ବିଲରେ ଫୋପାଡ଼ି ଦେଲା ସାଙ୍ଗ;ଅଭିଯୁକ୍ତ ଫେରାର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଢୋ ଗାଁରେ ଅଭାବନୀୟ ଘଟଣା । ସାଙ୍ଗକୁ ହାଣି ବିଲରେ ଫୋପାଡ଼ି ଦେଲା ସାଙ୍ଗ । ଉଦଳା ଥାନା ରାଢୋଗାଁରୁ ଗୁରୁତର ଯୁବକ ଉଦ୍ଧାର । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ।

ଗତକାଲି ସନ୍ଧ୍ୟାବେଳେ ଗାଁର ଯତିନ୍ଦ୍ର ପାତ୍ର ଘର ପାଖରେ ବସିଥିଲେ। ଏହି ସମୟରେ ତାଙ୍କର ଜଣେ ସାଙ୍ଗ ଆସି ଯତିନ୍ଦ୍ରକୁ ଡାକିଥିଲେ। ଯତିନ୍ଦ୍ର ତାଙ୍କ ସହ ଯାଇଥିବାବେଳେ ବିଲ ହିଡ ନିକଟରେ ହଠାତ୍ ଯତିନ୍ଦ୍ରଙ୍କ ବେକକୁ ଧାରୁଆ ଅସ୍ତ୍ରରେ ହାଣିଥିଲା । ହାଣି ବିଲରେ ଫୋପାଡ଼ି ଦେଇଥିଲେ ।  ଗୁରୁତର ଯତିନ୍ଦ୍ରଙ୍କ ଚିତ୍କାର ଶୁଣି ଅନ୍ୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସେପଟେ ଆକ୍ରମଣର କାରଣ ଜଣାପଡିନଥିବାବେଳେ ପୋଲିସ୍ ଘଟଣାର ତଦନ୍ତ କରୁଛି ।

Comments are closed.