Latest Odisha News

BREAKING NEWS

ପରୀକ୍ଷାରେ କପି କରିବା ପଡ଼ିଲା ମହଙ୍ଗା, ୩ ବର୍ଷ ପାଇଁ ବ୍ୟାନ କଲା ୟୁପିଏସସି

ନୂଆଦିଲ୍ଲୀ: ୟୁପିଏସସି ଜଣେ ମହିଳା ପ୍ରାର୍ଥୀଙ୍କୁ ଠକେଇ ଅଭିଯୋଗରେ ୩ ବର୍ଷ ପାଇଁ ବ୍ୟାନ କରିଛି।

ସୂଚନା ଅନୁଯାୟୀ, ପରୀକ୍ଷା ସମୟରେ ସେ କପି ବ୍ୟବହାର କରିବା କାରଣରୁ ମହିଳା ପ୍ରାର୍ଥୀଙ୍କ ଉପରେ ଏହି ବ୍ୟାନ ଲଗାଯାଇଛି। ଶୁକ୍ରବାର ଅନୁଷ୍ଠିତ ଏକ ସରକାରୀ ପରୀକ୍ଷାରେ ସେ କପି କରୁଥିବା ଧରାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ୟୁପିଏସସି ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ପ୍ରାର୍ଥୀ ପରୀକ୍ଷା ନିୟମ 12 (1) (h) ଅନୁଯାୟୀ ନିୟମ ଉଲ୍ଲଂଘନ କରିଛନ୍ତି। ଯାହା ପରୀକ୍ଷା ସମୟରେ ଅନୁଚିତ ଉପାୟ ବ୍ୟବହାର ସହିତ ଜଡିତ। ତେଣୁ ଏହି ବର୍ଷର ପରୀକ୍ଷା ପାଇଁ ତାଙ୍କର ପ୍ରାର୍ଥୀପତ୍ର ବାତିଲ କରାଯାଇଛି ଏବଂ ସେ ଆଗାମୀ ୩ ବର୍ଷ ପାଇଁ କୌଣସି ୟୁପିଏସସି ପରୀକ୍ଷାରେ ବସିପାରିବେ ନାହିଁ।

ଏହା ବ୍ୟତୀତ ୟୁପିଏସସି ଅଧ୍ୟକ୍ଷ ଅଜୟ କୁମାର କହିଛନ୍ତି ଯେ କମିଶନ ଏହାର ପରୀକ୍ଷାରେ ସଚ୍ଚୋଟତା, ସ୍ୱଚ୍ଛତା ଏବଂ ନିରପେକ୍ଷତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାକୁ ପ୍ରତିବଦ୍ଧ। ‘ପରୀକ୍ଷା ସମୟରେ ଅନୁଚିତ ଉପାୟ କିମ୍ବା ଭୁଲ ଆଚରଣରେ ଜଡିତ ପ୍ରାର୍ଥୀଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଯେଉଁଥିରେ ଭବିଷ୍ୟତର ସମସ୍ତ ପରୀକ୍ଷାରୁ ବ୍ୟାନ ମଧ୍ୟ ଅନ୍ତର୍ଭୁକ୍ତ।’

 

Comments are closed.