Latest Odisha News

BREAKING NEWS

‘ପ୍ରଧାନମନ୍ତ୍ରୀଙ୍କ ବନ୍ଧୁଙ୍କଠାରୁ ଆମେ ଏହା ପାଉଛୁ…’: ଟ୍ରମ୍ପଙ୍କ ଟାରିଫ୍ ନେଇ ଟାର୍ଗେଟ କଲେ ପ୍ରିୟଙ୍କା….

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦ ମୌସୁମୀ ଅଧିବେଶନ ଚାଲିଥିବା ବେଳେ, ପୂର୍ବରୁ ହିଁ ପାକିସ୍ତାନ ଭାରତ ଅସ୍ତ୍ରବିରତିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ ନେଇ ସରକାରଙ୍କୁ ଘେରୁଛି କଂଗ୍ରେସ । କଂଗ୍ରେସ ଏହି ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଲଗାତାର ଉତ୍ତର ମାଗୁଛି। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରେ, ତାଙ୍କ ଭଉଣୀ ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏନେଇ ସଂସଦରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଆଉ ଏହି ଉଷ୍ମତା ଭିତରେ ଆଜି ଭାରତ ଉପରେ ଆମେରିକାର ୨୫% ଟାରିଫ୍ ମାଡ, ବିରୋଧୀଙ୍କୁ ଆହୂରି ଇନ୍ଧନ ଦେଇଛି । ଏହାକୁ ନେଇ ମୋଦିଙ୍କୁ କଟାକ୍ଷ କରିଛନ୍ତି ପ୍ରିୟଙ୍କା ।

ଗୃହକୁ ପ୍ରବେଶ କରିବା ପୂର୍ବରୁ ପ୍ରିୟଙ୍କା କହିଛନ୍ତି, ଆମେ ସମସ୍ତେ ଜାଣିଛୁ ଆଜି ଆମେରିକା ରାଷ୍ଟ୍ରପତି କ’ଣ କହିଛନ୍ତି…ସେ ଶୁଳ୍କକୁ ନେଇ କହିଛନ୍ତି, ପୁଣି ଭାରତ ପାକିସ୍ତାନ ଅସ୍ତ୍ରବିରତି ନେଇ ମଧ୍ୟ ଦାବି କରିଛନ୍ତି । ସରକାରଙ୍କୁ ଉଭୟ କଥାର ଉତ୍ତର ଦେବାକୁ ପଡିବ। ପ୍ରଧାନମନ୍ତ୍ରୀ ମୋଦି ସବୁଠି ଯାଆନ୍ତି, ସାରା ବିଶ୍ୱରେ ଭ୍ରମଣ କରନ୍ତି । ବନ୍ଧୁ କରନ୍ତି, ଆଉ ତା’ପରେ ଆମେ ଏହା ପାଇଥାଉ  ବୋଲି କହି କଟାକ୍ଷ କରିଛନ୍ତି ପ୍ରିୟଙ୍କା ।

ଅନ୍ୟପଟେ କଂଗ୍ରେସ ମୁଖପାତ୍ର ପବନ ଖେରା ବୁଧବାର ଟ୍ରମ୍ପଙ୍କୁ ସାପ ସହିତ ତୁଳନା କରିଛନ୍ତି ଏବଂ କହିଛନ୍ତି ଯେ ଟ୍ରମ୍ପ ମୋଦିଙ୍କୁ ସାପ ପରି ଘୋଡ଼ାଇ ରଖିଛନ୍ତି ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଏହି ଜଞ୍ଜାଳରୁ ବାହାରକୁ ଆସିବା ପାଇଁ ଏକ ମହାନ ସୁଯୋଗ ଦେଇଛନ୍ତି। ତାଙ୍କର କେବଳ ଏତିକି କହିବାର ଥିଲା ଯେ ଟ୍ରମ୍ପ ଯୁଦ୍ଧବିରତି ବିଷୟରେ ମିଛ କହୁଛନ୍ତି ।

Comments are closed.