Latest Odisha News

ଭିଣୋଇଙ୍କ ମୃତ୍ୟୁ ଶୋକରେ ନୂଆବର୍ଷ ପାଳିବେ ନାହିଁ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଭଉଣୀ ଗୀତା ମେହେଟ୍ଟାଙ୍କ ସ୍ଵାମୀ ସୋନି ମେହେଟ୍ଟାଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି ଭିଣୋଇଙ୍କ ମୃତ୍ୟୁ ଶୋକରେ ଦୁଃଖିତ ଥିବା ନବୀନ ଚଳିତଥର ନୂଆବର୍ଷ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହାସହ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ବୁଧବାର ଦିନ ନବୀନ ନିବାସକୁ ନଆସିବାକୁ ଶୁଭେଚ୍ଛୁଙ୍କୁ ସେ ଅନୁରୋଧ ମଧ୍ୟ କରିଛନ୍ତି ।

ସୋନି ମେହେଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି । ଏହାସହ ମୋଦୀ ଫୋନ ଯୋଗେ ନବୀନଙ୍କ ସହ କଥା ହୋଇ ତାଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ସୋନି ମେହେଟ୍ଟା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ‘ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିକେସନ’ର ଅଧ୍ୟକ୍ଷ ତଥା ମୁଖ୍ୟ ସଂପାଦକ ଥିବା ସୋନି ମେହେଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କୁ ବିବାହ କରିଥିଲେ।

Leave A Reply

Your email address will not be published.