ହାଇଦ୍ରାବାଦ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପଙ୍କ ବିବାହ ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଥିଲା । ତେବେ ମାସକ ମଧ୍ୟରେ ଉଭୟ ପୂନର୍ବାର ଏକତ୍ର ରହିବେ ବୋଲି ନିଷ୍ପତି ନେଇଛନ୍ତି । ଭଲ ପାଇବା ପରେ ୨୦୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁଇ ଷ୍ଟାର ଖେଳାଳିଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥିଲେ । ଜୁଲାଇରେ ସାଇନା ସୋସିଆଲ ମିଡିଆରେ ଉଭୟ ପରସ୍ପରଠାରୁ ଅଲଗା ହେଉଛନ୍ତି ବୋଲି ସାଇନା ପୋଷ୍ଟ କରିଥିଲେ ।
କେଉଁ କାରଣ ପାଇଁ ଉଭୟ ଅଲଗା ହେଲେ ତାହା ସ୍ପଷ୍ଟ ହୋଇପାରି ନ ଥିଲା । ଏବେ ପୂନର୍ବାର ସାଇନା ଉଭୟ ଏକତ୍ର ହୋଇଛୁ ବୋଲି ଖବର ପୋଷ୍ଟ କରିଛନ୍ତି । ସାଇନା ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ କାଶ୍ୟପ ଭାରତର ପ୍ରଥମ ପୁରୁଷ ଖେଳାଳି ଭାବେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ । ସେ ଏହା ପରେ ସେମିକୁ ଉନ୍ନୀତ ହୋଇପାରି ନ ଥିଲେ । ପୁଲେଲା ଗୋପୀଚାନ୍ଦ ପ୍ରଶିକ୍ଷଣ କେନ୍ଦ୍ରରେ ଉଭୟ ଅଭ୍ୟାସ କରୁଥିଲେ ।
Comments are closed.