Latest Odisha News

BREAKING NEWS

ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଗିରଫ, ୪କୁ ପହଞ୍ଚିଲା ଗିରଫଦାରୀ ସଂଖ୍ୟା

ବାଲେଶ୍ୱର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ଜଣେ ଛାତ୍ର ଓ ଜଣେ ଅଣଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକ ଗିରଫ ହୋଇଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଉଭୟ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଥିବା ନେଇ ସୂଚନା ମିଳିଛି। ମୋଟ୍ ଗିରଫଦାରୀ ସଂଖ୍ୟା ୪କୁ ପହଞ୍ଚିଛି। ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିଲେ ଏହି ଛାତ୍ର।

ବାଲେଶ୍ୱର ଏଫଏମ କଲେଜରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହୋଇ ଜଣେ ଛାତ୍ରୀ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଆଉ ପ୍ରାଣ ହରାଇଥିଲେ। ଏହି ଘଟଣାରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ଏ ସେହି ଜ୍ୟୋତି ପ୍ରକାଶ ଯିଏ ପୀଡ଼ିତାଙ୍କ ଦେହରୁ ନିଆଁ ଲିଭାଇବାକୁ ପ୍ରୟାସ କରି ଆହତ ହୋଇଥିଲେ।

Comments are closed.