Latest Odisha News

BREAKING NEWS

WiFi ପୂରା ରାତି ଚାଲୁ ରଖିବା ଠିକ୍ କି ନୁହେଁ, ଜାଣନ୍ତୁ କେତେ ଖର୍ଚ୍ଚ ହୁଏ ବିଜୁଳି

ନୂଆଦିଲ୍ଲୀ:  ଆଜିକାଲି ଲୋକମାନେ ଅନଲାଇନ ରହିବାକୁ ବେଶୀ ପସନ୍ଦ କରୁଛନ୍ତି। କିନ୍ତୁ ଦୀର୍ଘ ସମୟ ଅନଲାଇନ ରହିବା ଅନେକ ଚ୍ୟାଲେଞ୍ଜ ଆଣିଥାଏ। ଯଦି ଆପଣ ମୋବାଇଲ କିମ୍ବା ଡିଭାଇସରେ ରାତି ଅଧିଆ ପର୍ଯ୍ୟନ୍ତ ସ୍କ୍ରୋଲ କରୁଛନ୍ତି, ତେବେ ସମ୍ଭବତଃ ଆପଣଙ୍କ ୱାଇ-ଫାଇ ରାଉଟର ସାରା ରାତି ଚାଲୁ ରହୁଛି। ଏହାର ବିଦ୍ୟୁତ ବିଲ ଉପରେ କ’ଣ ପ୍ରଭାବ ପଡ଼େ? ଏ ବିଷୟରେ କେବେ ଭାବିଛନ୍ତି କି? ଅଧିକାଂଶ ଲୋକଙ୍କ ପାଇଁ ୱାଇ-ଫାଇ ରାଉଟରକୁ ୨୪/୭ ଚାଲୁ ରଖିବା ହିଁ ସବୁଠାରୁ ସୁବିଧାଜନକ। ଏହା କନେକ୍ଟେଡ ଅଭିଜ୍ଞତା ନିଶ୍ଚିତ କରେ ଏବଂ ଡିଭାଇସଗୁଡ଼ିକୁ ସୁଚାରୁ ରୂପେ ଚାଲିବାରେ ସାହାଯ୍ୟ କରେ।

ରାତିରେ ୱାଇ-ଫାଇ ବନ୍ଦ କଲେ ବିଦ୍ୟୁତ ବଞ୍ଚେ କି?
ରାତିରେ ୱାଇ-ଫାଇ ରାଉଟର ବନ୍ଦ କଲେ ଅଳ୍ପ ବିଦ୍ୟୁତ ବଞ୍ଚିପାରେ, କିନ୍ତୁ ଏହି ଏତେ କମ ଯେ ଆପଣଙ୍କ ବିଦ୍ୟୁତ ବିଲରେ କୌଣସି ବଡ଼ ପରିବର୍ତ୍ତନ ଦେଖାଯିବ ନାହିଁ। ଅଧିକାଂଶ ଲୋକେ ରାଉଟରକୁ ବନ୍ଦ କରନ୍ତି ନାହିଁ, କାରଣ ଏହା ୨୪/୭ ଚାଲିବା ପାଇଁ ଡିଜାଇନ କରାଯାଇଛି। ବାରମ୍ବାର ଚାଲୁ/ବନ୍ଦ କଲେ ରାଉଟରର ଆୟୁଷ କମିପାରେ।

ୱାଇ-ଫାଇ ରାଉଟର କେତେ ବିଦ୍ୟୁତ ଖର୍ଚ୍ଚ କରେ?
ୱାଇ-ଫାଇ ରାଉଟର ଅତି କମ ବିଦ୍ୟୁତ ଖର୍ଚ୍ଚ କରେ, ସାଧାରଣତଃ ୫ରୁ ୨୦ ୱାଟ। ଯଦି ଆପଣ ଏହାକୁ ରାତିରେ ବନ୍ଦ କରନ୍ତି, ତେବେ ମଧ୍ୟ ବିଦ୍ୟୁତ ଏତେ କମ ହେବ ଯେ ଏହା ଆପଣଙ୍କ ବିଦ୍ୟୁତ ବିଲ ଉପରେ କୌଣସି ବଡ଼ ପ୍ରଭାବ ପକାଇବ ନାହିଁ।

ରାତିରେ ୱାଇ-ଫାଇ ବନ୍ଦ କରିବା କି ଉଚିତ?
ଏହା ଏକ ସାଧାରଣ ପ୍ରଶ୍ନ। ବିଦ୍ୟୁତ ଖର୍ଚ୍ଚ ପାଇଁ ଅନେକେ ଏହା ଚେଷ୍ଟା କରନ୍ତି। କିନ୍ତୁ ଇଣ୍ଟରନେଟ ସେବା ପ୍ରଦାନକାରୀ (ISP) ପ୍ରାୟତଃ ଏହା ବିରୁଦ୍ଧରେ ପରାମର୍ଶ ଦିଅନ୍ତି। କାରଣ ରାତିରେ ରାଉଟରକୁ ଗୁରୁତ୍ୱପୂର୍ଣ୍ଣ ଫର୍ମୱେୟାର ଅପଡେଟ ମିଳିଥାଏ, ଯାହା ଏହାର ସୁରକ୍ଷା ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରେ। ଏହା ବ୍ୟତୀତ, ବାରମ୍ବାର ଚାଲୁ/ବନ୍ଦ କରିବା ଦ୍ୱାରା ନେଟୱାର୍କର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ। ଏହା ଯୋଗୁ ଘରେ ଇଣ୍ଟରନେଟ ଠିକ୍ ଭାବେ କାମ ନ କରିବା ଓ ନେଟୱାର୍କ ସମସ୍ୟା ଦେଖାଦେଇପାରେ। ତୃତୀୟ ଏବଂ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ସ୍ମାର୍ଟ ଡିଭାଇସ ଯେପରିକି ଥର୍ମୋଷ୍ଟାଟ, ସୁରକ୍ଷା କ୍ୟାମେରା, ଓ ଭଏସ ଆସିଷ୍ଟାଣ୍ଟ ଆପଣଙ୍କ ରାଉଟର ସହ ସଂଯୁକ୍ତ ଥାଆନ୍ତି ଏବଂ ତା’ ଉପରେ ନିର୍ଭର କରନ୍ତି। ରାତିରେ ୱାଇ-ଫାଇ ବନ୍ଦ କଲେ, ସ୍ମାର୍ଟ ଥର୍ମୋଷ୍ଟାଟର ସୂଚୀ ବିଗିଡ଼ିପାରେ, ସୁରକ୍ଷା କ୍ୟାମେରା କିମ୍ବା ଡୋରବେଲ କ୍ୟାମେରା କାମ କରିବ ନାହିଁ, ଏବଂ ଭଏସ ଆସିଷ୍ଟାଣ୍ଟ ପ୍ରତିକ୍ରିୟା ଦେବା ବନ୍ଦ କରିଦେବ।

 

Comments are closed.