Latest Odisha News

BREAKING NEWS

ଆଧାର ଲିଙ୍କ ନକଲେ ବନ୍ଦ ହୋଇଯିବ ପେନସନ; ଜାଣନ୍ତୁ କେବେଠୁ

ଭୁବନେଶ୍ୱର: ଓଡିଶା ସରକାର ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନଏସପି) ଓ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ) ଅନ୍ତର୍ଗତ ହିତାଧିକାରୀ ମାନେ ଯେପରି ମାର୍ଚ୍ଚ ୧୫ ସୁଦ୍ଧା ନିଜର ଆଧାର ସଂଯୋଗ ସମ୍ପୂର୍ଣ୍ଣ କରନ୍ତି, ସେନେଇ ଜିଲ୍ଲାପାଳଙ୍କୁ ପୁଣିଥରେ ମନେପକାଇ ତାଗିଦ କରିଛନ୍ତି ।

ଏହି ଲିଙ୍କ ନକରାଇଲେ ହିତାଧିକାରୀମାନେ ଏପ୍ରିଲ୍ ୧ତାରିଖ ଠାରୁ ଆଉ ପେନସନ ପାଇପାରିବେ ନାହିଁ ।

ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିବା ଏକ ଚିଠିରେ କମିଶନର-ସହ-ସଚିବ, ସାମାଜିକ ସୁରକ୍ଷା ଓ ବିକଳାଙ୍ଗ ବ୍ୟକ୍ତିଙ୍କ ଅଧିକାର(ଏସଏସଇପିଡି) ଭାସ୍କର ଶର୍ମା ଉଲ୍ଲେଖ କରିଛନ୍ତି, ଏବେ ସୁଦ୍ଧା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୯୧ ପ୍ରତିଶତ ଓ ଓଡିଶାର ମଧୁବାବୁ ପେନସନ ଯୋଜନାରେ ୭୩% ହିତାଧିକାରୀଙ୍କ ଆଧାର ଳିଙ୍କ ହୋଇଛି । ତେବେ ଉଭୟ ଯୋଜନାରେ ଶତପ୍ରତିଶତ ଆଧାର ଲିଙ୍କର ଆବଶ୍ୟକତା ରହିଛି ।

ଏଥିପାଇଁ ଯେଉଁ ହିତାଧିକାରୀଙ୍କ ଆଧାର ଭେରିଫିକେସନ୍/ସୁଡିଙ୍ଗ ହୋଇନାହିଁ, ସୋମନଙ୍କୁ ଜାନୁଆରୀ ୧୫ ତାରିଖରେ ଭତ୍ତା ନେବାବେଳେ ନିଜର ଆଧାର କାର୍ଡ ସାଙ୍ଗରେ ଆଣିବେ । ଯଦିସେମାନେ ନ ଆଣନ୍ତି, ତାହେଲେ ତାଙ୍କୁ ଫେବୃଆରୀ ୧୫ ତାରିଖରେ ଆଉ ଗୋଟିଏ ସୁଯୋଗ ଦିଆଯିବ ।

ସେହିପରି ଆଧାର କାର୍ଡ ନଥିବା ହିତାଧିକାରୀଙ୍କୁ ଜାନୁଆରୀ ୧୫ ତାରିଖରେ ନିକଟସ୍ଥ ବ୍ଲକ୍ କାର୍ଯ୍ୟାଳୟ ନିଆଯାଇ ସେଠାରେ ତାଙ୍କର ଆଧାର କାର୍ଡ ପ୍ରସ୍ତୁତ କରାଯିବ । ଆହୁରି ମଧ୍ୟ ଜାନୁଆରୀ ୩୧ ତାରିଖ ସୁଦ୍ଧା ସମ୍ପୃକ୍ତ ହିତାଧିକାରୀଙ୍କୁ ଆଧାର କାର୍ଡ ଯୋଗାଇବା ଲାଗି ସମସ୍ତ ବନ୍ଦୋବସ୍ତ କରାଯିବ ।

ଆହୁରି ମଧ୍ୟ ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଆଧାର ସଂଯୋଗ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଯଦି ଏଥିରେ ହିତାଧିକାରୀ ବିଫଳ ହୁଅନ୍ତି, ତାହେଲେ ସେମାନଙ୍କୁ ଏପ୍ରିଲ୍ ୧ ତାରିଖରୁ ଆଉ ପେନସନ ତଥା ଭତ୍ତା ମିଳିବ ନାହିଁ।

ବର୍ତ୍ତମାନ ସମୟରେ ଓଡିଶାରେ ଏନଏସଏପି/ଏମବିପିୱାଇ ଯୋଜନାରେ ପାଖାପାଖି ୪୮ ଲକ୍ଷ ହିତାଧିକାରୀ ସାମିଲ ରହିଛନ୍ତି ।

Leave A Reply

Your email address will not be published.