Latest Odisha News

BREAKING NEWS

ଖୁବଶୀଘ୍ର ଟ୍ୱିନସିଟିରେ ହେବ ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍: ଡିଜିପି

ଭୁବନେଶ୍ୱର: ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଖୁବଶୀଘ୍ର ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍ (ୟୁସିଆର) ସ୍ଥାପିତ କରାଯିବ ବୋଲି ପୋଲିସ ଡିଜି ଅଭୟ ଗୁରୁବାର ଦିନ କହିଛନ୍ତି ।

ସହରରେ କମିଶନରେଟ୍ ପୋଲିସର ୧୨ତମ ସ୍ଥାପନା ଦିବସ ସମାରୋହରେ ଡିଜିପି ଏନେଇ କହିଛନ୍ତି ।

ଏହାବ୍ୟତିତ ଓଡିଶା ପୋଲିସ ଜନସାଧାରଣଙ୍କୁ ଠିକ୍ ସମୟରେ ସେବା ପ୍ରଦାନ କରିବା ଲାଗି କଡା ପ୍ରଚେଷ୍ଟା ଚଳାଇଥିବା ନେଇ ୭ମ ବାଟାଲିୟନ୍ ପରିସରରେ ଆୟୋଜିତ ଏହି ସମାରୋହରେ ଡିଜିପି ଅଭୟ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଅଧିନରେ ଓଡିଶା ପୋଲିସକୁ ଜନସାଧାରଣଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି ।

ଶୁଭାରମ୍ଭ ହୋଇଥିବା ନୂଆ ସ୍ପେଶାଲ ପୋଲିସ ଅଫିସର(ଏସପିଓ)ରେ ୩୦୦ ମହିଳା ପୋଲିସ ଅଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ଡିଜିପି କହିଛନ୍ତି, ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯିବ ।

ଆହୁରି ମଧ୍ୟ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ,କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପୋଲିସ ସେବା ଭବନ ଭାବେ ନାମିତ କରାଯାଇଛି ।

Leave A Reply

Your email address will not be published.