Latest Odisha News

BREAKING NEWS

ଖୁବଶୀଘ୍ର ଭାରତ ଓ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ବ୍ୟବଧାନ ପରେ ଆସନ୍ତା ମାସଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ଭାରତ ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବିମାନ ସେବା ବନ୍ଦ ହେବା ପୂର୍ବରୁ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏୟାର ଚାଇନା ଏବଂ ଚାଇନା ସାଉଥ୍ ଭଳି ଚୀନ୍ ବିମାନ କମ୍ପାନୀ ସହିତ ଚୀନକୁ ପରିଚାଳନା କରୁଥିଲେ।

ଏଥିପାଇଁ ଚୀନ୍ ବହୁ ସମୟ ଧରି ଭାରତ ସହ ଆଲୋଚନା କରି ଆସୁଥିଲା। ତେବେ ଭାରତ ଦ୍ୱାରା ରୁଷୀୟ ତୈଳ କ୍ରୟ କରିବା ପରେ ୱାଶିଂଟନ୍ ଭାରତୀୟ ସାମଗ୍ରୀ ଉପରେ ୫୦% ଶୁଳ୍କ ଲାଗୁ କରିବା ପରେ ଆମେରିକା ସହିତ ଭାରତର ସମ୍ପର୍କରେ ବର୍ତ୍ତମାନ୍ ଫାଟ ସୃଷ୍ଟି ହୋଇସାରିଥିବା ବେଳେ ଭାରତ ଏହି ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ମାସରୁ ଚୀନ୍‌ର ତିଆନଜିନ୍‌ରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ରହିଛି। ଯେଉଁଠାରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସହିତ ସାକ୍ଷାତ ହେବା ନେଇ ଆଶା କରାଯାଉଅଛି। ତେବେ ହଂକଂ ଏବଂ ସିଙ୍ଗାପୁର ଦେଇ ପରୋକ୍ଷ ରୁଟରେ ଚୀନ ଯିବା ଦ୍ଵାରା ଅଧିକା ଟଙ୍କା ଖର୍ଚ୍ଚ ହେବା ସହ ଅଧିକ ସମୟ ମଧ୍ୟ ଲାଗୁଥିଲା।

ତେବେ ପାଞ୍ଚ ବର୍ଷ ପରେ ଚୀନ୍ ୨୦୨୫ ମସିହାରୁ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ କୈଳାସ ମାନସରୋବର ଯାତ୍ରା ପଥ ମଧ୍ୟ ଖୋଲିଥିଲା। ଗତ ଜାନୁଆରୀ ଏବଂ ଜୁନ୍ ମାସରେ ସିଧାସଳଖ ବିମାନ ସେବା ପୁନଃଆରମ୍ଭ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ କୂଟନୈତିକ ଉତ୍ତେଜନା ମଧ୍ୟରେ ଯୋଜନାଗୁଡ଼ିକ ଅଟକି ରହିଯାଇଥିଲା। କିନ୍ତୁ ବର୍ତ୍ତମାନ ଗତ ଦୁଇ ସପ୍ତାହ ମଧ୍ୟରେ ଏହାକୁ ନେଇ ନୂତନ ଅଗ୍ରଗତି ଦେଖାଦେଇଛି।

 

Comments are closed.