Latest Odisha News

BREAKING NEWS

ବନ୍ଦ ହେଇଯିବ ମାଇକ୍ରୋସଫ୍ଟ ଲେନ୍ସ ଆପ୍;କମ୍ପାନୀ ୟୁଜରଙ୍କୁ ଏହି ଆପ୍ ବ୍ୟବହାର ପାଇଁ ଦେଲା ପରାମର୍ଶ

ନୂଆଦିଲ୍ଲୀ: ଡକ୍ୟୁମେଣ୍ଟ ସ୍କାନ କରିବା ପାଇଁ ବ୍ୟବହୃତ ମାଇକ୍ରୋସଫ୍ଟର ଲୋକପ୍ରିୟ ଆପ୍ – ମାଇକ୍ରୋସଫ୍ଟ ଲେନ୍ସ ବନ୍ଦ ହେବାକୁ ଯାଉଛି। ଆଣ୍ଡ୍ରଏଡ୍ ସହିତ, ଆପଲ୍ ବ୍ୟବହାରକାରୀମାନେ ମଧ୍ୟ ଏବେ ଏହି ଆପ୍ ବ୍ୟବହାର କରିପାରିବେ ନାହିଁ।

କମ୍ପାନୀ ସେପ୍ଟେମ୍ବର ୧୫ ତାରିଖରୁ ଆପ୍ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଡିସେମ୍ବର ୧୫ ତାରିଖ ସୁଦ୍ଧା ଆପ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଆପ୍ ବନ୍ଦ ହେବା ଯୋଗୁଁ, ଯେଉଁମାନେ ଏହି ଆପ୍ ବ୍ୟବହାର କରିଥିଲେ ସେମାନେ ଫାଇଲ୍ ସ୍କାନ କରିପାରିବେ ନାହିଁ। କମ୍ପାନୀ ୟୁଜରଙ୍କୁ Microsoft 365 Copilot ଆପରେ ସ୍କାନ ଫିଚର ବ୍ୟବହାର କରିବାକୁ ପରାମର୍ଶ ଦେଉଛି।

Microsoft Lens ୨୦୧୪ ମସିହାରେ Windows Phone ପାଇଁ ପ୍ରଚଳନ କରାଯାଇଥିଲା। ପରେ ଏହି ଆପ୍ Play Store ଏବଂ App Store ରେ ପ୍ରଚଳନ କରାଯାଇଥିଲା। ମାଇକ୍ରୋସଫ୍ଟର ସମସ୍ତ ମାଗଣା ଆପ୍ ମଧ୍ୟରୁ, ମାଇକ୍ରୋସଫ୍ଟ ଲେନ୍ସ ଏକ ଲୋକପ୍ରିୟ ଆପ୍ ; ବ୍ୟବହାରକାରୀମାନେ ଏହାକୁ ପସନ୍ଦ କରନ୍ତି।

କେମିତି Copilot ଆପ୍‌ରେ ସ୍କାନ କରିବେ ?

ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନରେ ମାଇକ୍ରୋସଫ୍ଟ 365 କୋପାଇଲଟ୍‌ ଆପ୍‌ ଖୋଲନ୍ତୁ ।
ଏହାପରେ ବାମପାର୍ଶ୍ବ ଶୀର୍ଷରେ ଥିବା ଥ୍ରୀ-ଲାଇନ୍‌ ଆଇକନ୍‌ ଉପରେ କ୍ଲିକ୍‌ କରନ୍ତୁ ।
ଏବେ Create ଟାବ୍‌ ଚୟନ କରନ୍ତୁ । ଏହାପରେ ସ୍କାନ୍‌ ଅପସନ୍‌ ଉପରେ ଟାପ୍‌ କରନ୍ତୁ ଓ ଡକ୍ୟୁମେଣ୍ଟକୁ ସ୍କାନ୍‌ କରନ୍ତୁ ।

ମାଇକ୍ରୋସଫ୍ଟ ଭବିଷ୍ୟତ ଆଡ଼କୁ ଗତି କରୁଛି। କମ୍ପାନୀର ସିଇଓ ସତ୍ୟ ନାଡେଲା ପୂର୍ବରୁ କହିସାରିଛନ୍ତି ଯେ ମାଇକ୍ରୋସଫ୍ଟ କେବଳ ଏକ ସଫ୍ଟୱେର୍ କମ୍ପାନୀ ହୋଇ ରହିପାରିବ ନାହିଁ। କମ୍ପାନୀ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ର ଅର୍ଥାତ୍ ଏଆଇ ଉପରେ ଅଧିକ ଧ୍ୟାନ ଦେଉଛି।

Comments are closed.