Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର୍ ଟିଟୋର ଆଉ ଜଣେ ସହଯୋଗୀକୁ ଧରିଲା କ୍ରାଇମ୍ ବ୍ରାଞ୍ଚ ପୋଲିସ

କେନ୍ଦ୍ରାପଡ଼ା: ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ) ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍ ସୟେଦ ଉସମାନ ଅଲ୍ଲୀ ଓରଫ ଟିଟୋର ଆଉଜଣେ ସହଯୋଗୀ ସରୋଜ ପତିକୁ ଧରିଛି ।

ଗତ କାଲି ରାତିରେ ସ୍ପେସାଲ ଟାସ୍କ ଫୋର୍ସର ଏକ ଟିମ ସରୋଜକୁ କେନ୍ଦ୍ରାପଡ଼ା ଘରୁ ଗିରଫ କରିବାରେ ସକ୍ଷମ ହୋଇଛି । ଟିଟୋ ସହିତ ତା’ର ଲିଙ୍କ୍ ଥିବା ସନ୍ଦେହରେ ପୋଲିସ ସରୋଜକୁ ଖୋଜୁଥିଲା ।

ତେବେ ଟିଟୋ ସହିତ ତା’ର କେଉଁଭଳି ଲିଙ୍କ୍ ରହିଥିଲା ଏବଂ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ବିଷୟରେ ପଚରାଉଚରା କରିବା ଲାଗି ପୋଲିସ ସରୋଜକୁ ଧରିଛି ।

ସୂଚନାଯୋଗ୍ୟ ଏସଟିଏଫ ଗତ ଅଗଷ୍ଟ ୧୧ ତାରିଖରେ ଟିଟୋର ଅନ୍ୟତମ ସହଯୋଗୀକୁ ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣନନ୍ଦପୁର ଗ୍ରାମରୁ ଗିରଫ କରିଥିଲା ।

ଅଭିଯୁକ୍ତ ଜଣକ ହେଲେ ସେକ୍ ଶାକିର୍ ଅଲ୍ଲୀ ଏବଂ ଟିଟୋ ସହିତ ଲିଙ୍କ୍ ଥିବା ଏବଂ ବିଭିନ୍ନ ଅପରାଧ ସମ୍ପର୍କରେ ସଂଶ୍ଳିଷ୍ଟ ଥିବା ପଚରାଉଚରା କରିବାକୁ ପୋଲିସ ଗିରଫ କରିଥିଲା ।

ଓଡ଼ିଶା କ୍ରାଇମବ୍ରାଞ୍ଚର ଏସଟିଏଫ ସେହିପରି ଜୁଲାଇ ୩୦ ତାରିଖରେ ଟିଟୋର ସହଯୋଗୀ ଆଲୋକ ମଲ୍ଲିକ ଓ ଦୀପକ ସ୍ୱାଇଁକୁ ପଚରାଉଚରା ନିମନ୍ତେ ଧରିଥିଲା । ଉଭୟ ଅଭିଯୁକ୍ତ ଜଗତସିଂହପୁର ଅଞ୍ଚଳରୁ ଧରାପଡ଼ିଥିଲେ ।

ଏପର୍ଯ୍ୟନ୍ତ ଟିଟୋ ସହିତ ଲିଙ୍କ୍ ଥିବା ନେଇ ୧୪ ଜଣ ବ୍ୟକ୍ତିଙ୍କୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ପୋଲିସ ଗିରଫ କରିଛି ।

Leave A Reply

Your email address will not be published.