Latest Odisha News

BREAKING NEWS

ଯୌତୁକଜନିତ ହତ୍ୟା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ଯୌତୁକ ଜନିତ ହତ୍ୟା ଘଟଣାରେ ସମ୍ପର୍କୀୟଙ୍କ ସଂପୃକ୍ତି ନେଇ ସ୍ପଷ୍ଟ ପ୍ରମାଣ ନଥିଲେ ସେମାନଙ୍କ ବିରୋଧରେ କୌଣସି ଏତଲା ହୋଇପାରିବ ନାହିଁ ବୋଲି ଆଜି ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ସମ୍ପର୍କିୟଙ୍କ ଦ୍ୱାରା ହୋଇଥିବା ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏଭଳି ରାୟ ଦେଇଛନ୍ତି । ପୂର୍ବରୁ ସଂପୃକ୍ତ ସମ୍ପର୍କୀୟଙ୍କୁ ଏକ ଯୌତୁକ ହତ୍ୟା ଘଟଣାରେ ଅଭିଯୁକ୍ତ ଭାବେ ଦର୍ଶାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।

ପରବର୍ତ୍ତି ସମୟରେ ଏହି ରାୟକୁ ଚାଲେଞ୍ଜ କରିି ସଂପୃକ୍ତ ବ୍ୟକ୍ତିଜଣଙ୍କ ୨୦୧୬ରେ ହାଇଦ୍ରାବାଦ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲା ।

ଫଳରେ ସେମାନେ ପୁଣିଥରେ ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

Leave A Reply

Your email address will not be published.