ମାଲକାନଗିରି: ସରକାରଙ୍କ ତରଫରୁ ଆତ୍ନନିର୍ଭରଶୀଳ ନୀତି ନକ୍ସଲଙ୍କୁ ବେଶ ଉତ୍ସାହିତ କରିଛି । ରବିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ପୋଲିସ ନିକଟରେ ୪ ଜଣ ମାଓବାଦୀ ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା କ୍ୟାଡର ରହିଛନ୍ତି । ଏମାନେ ହେଲେ ଦୀପକ ଓରଫ ଭୀମା ମାଣ୍ଡବୀ ଏବଂ କୈଳାସ ଓରଫ ଭୀମା ଭୋଗମ, ମହିଳା ନକ୍ସଲ ରନୀତା ଓରଫ ପାୟକି ଏବଂ ସୁଜାତା ଓରଫ ଅରେ କୁରାମ ।
ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏପି ଜିତେନ୍ଦ୍ର ଚନ୍ଦ୍ରକାର ସମେତ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ନେଇ ଏହି ୪ ଜଣ ଆତ୍ମସମର୍ପଣ କରିଛନ୍ତି । ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ତେବେ ଆତ୍ମସମର୍ପଣ କରି ଥିବା ମାଓବାଦୀ ସୁଚନା ଆଧାରରେ ଛତିଶଗଡ଼ ଗରିଆବନ୍ଧ ମାଓ ଶିବିରରୁ ୧୬.୫୦ ଲକ୍ଷ ଟଙ୍କା ସହ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
Comments are closed.