Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କୁ ୩୬ ନିଯୋଗର ୧୧୯ ପ୍ରକାର ସେବକ ଦେଉଛନ୍ତି ନିରନ୍ତର ସେବା !

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶୃଙ୍ଖଳିତ ନୀତିକାନ୍ତି ଲାଗି ସେବକମାନେ ନିରନ୍ତର ସେବା ପ୍ରଦାନ କରିଚାଲିଛନ୍ତି । ଶ୍ରୀମନ୍ଦିର ତିଆରି ହେବା ପରେ ବ୍ରହ୍ମାଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଉପରୋକ୍ତ ସେବକଙ୍କୁ ନିୟୋଜିତ କରିଥିଲେ । ମିଳିଥିବା ତଥ୍ୟ ଅନୁସାରେ ୧୧୯ ପ୍ରକାରର ସେବକ ତାଙ୍କ ଦାୟିତ୍ୱ ତୁଲାଉଛନ୍ତି ।

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଲାଗି ବିଭିନ୍ନ କାର୍ଯ୍ୟ ନେଇ ସମୁଦାୟ ୩୬ଟି ନିଯୋଗ ଗଠନ କରାଯାଇଛି । ଏହା ଛତିଶାନିଯୋଗ ନାମରେ ବିଖ୍ୟାତ । ମହାପ୍ରଭୁଙ୍କର ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜା ତାଙ୍କ ପଛକୁ ରହିଛନ୍ତି ପାଟ୍ଟଯୋଶୀ ମହାପାତ୍ର । ସେ ଛତିଶା ନିଯୋଗର ନାୟକ ଏବଂ ମହାବାହୁଙ୍କ ଅଙ୍ଗଲାଗି ସେବକ । ସ୍ୱତଃଲିପି ଅନୁସାରେ ମଙ୍ଗଳ ଆଳତୀଠାରୁ ପହୁଡ ପର୍ଯ୍ୟନ୍ତ ତାଙ୍କ ଦାୟିତ୍ୱ ରହିଛି । ଏହା ବ୍ୟତୀତ ପାଳିଆ ସେବକଙ୍କୁ ଠାକୁରଙ୍କ ନୀତିରେ ଲାଗି କରାଇବା,ନୂତନ ସେବାୟତ ନିଯୁକ୍ତି ଏବଂ ଶାଢ଼ୀ ବନ୍ଧାଇବା କାର୍ଯ୍ୟ ଏବଂ ଶେଷରେ ପତ୍ରୁଟି ବିଚ୍ୟୁତି କଲେ ସେବାରୁ ବାସନ୍ଦ ଆଦେଶ ଦେବା ଅଧିକାର ତାଙ୍କରି ରହିଛି ।

ବର୍ତମାନ ଗଜପତି ମହାରାଜା, ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ତୁଲାଇବା ପ୍ରଧାନ ଦାୟିତ୍ୱ । ପ୍ରଭୁ ଯେତେଥର ପାତାଳୀ ହୋଇଛନ୍ତି ସେତେଥର ମନ୍ଦିରକୁ ଫେରାଇ ଆଣିବା ପାଇଁ ପାଟ୍ଟଯୋଶୀଙ୍କର ଭୂମିକା ରହିଛି ।

ତୃତୀୟ ସ୍ଥାନରେ ଭିତରଚ୍ଛ ମହାପାତ୍ର, ତଳିଚ୍ଛ ମହାପାତ୍ର ରହିଛନ୍ତି । ସେମାନଙ୍କ ଦାୟିତ୍ୱ ମନ୍ଦିର ଫିଟାଇବା ଓ ବନ୍ଦ କରିବା । ୪ର୍ଥ ସ୍ଥାନରେ ମନ୍ଦିର ପୁରୋହିତ ଓ ୫ମ ସ୍ଥାନରେ ପୂଜାପଣ୍ଡା ରହିଛନ୍ତି । ମହାପ୍ରଭୂଙ୍କ ଉଦ୍ଦେଶ୍ୟରେ ପୂଜାପଣ୍ଡାମାନେ ଭୋଗ ସମର୍ପଣ କରିବେ । ୬ଷ୍ଠରେ ପୁଷ୍ପାଳକ-ବେଶ କର୍ମ ସମ୍ପାଦନ କରିବେ (୭) ବଡୁ-ପୂଜା ଉପକରଣ ସଂଗ୍ରହ କରିବେ । (୮) ପତି ମହାପାତ୍ର- ଦଇତାପତିଙ୍କ ସହିତ ରଥଯାତ୍ରା ଓ ନବକଳେବର କର୍ମ ସଂପାଦନା (୯) ପ୍ରତିହାରୀ- ଦ୍ୱାରରକ୍ଷକ (୧୦) ମେକାପ- ଭଣ୍ଡାର ରକ୍ଷକ (୧୧) ସୁଆର-ଭୋଗ ପ୍ରସ୍ତୁକର୍ତା (୧୨) ଖୁଂଟି÷ଆ-ବିଗ୍ରହମାନଙ୍କର ରକ୍ଷକ (୧୩) ମୁଦୁଲି- ମନ୍ଦିର ଦ୍ୱାର ବନ୍ଦ କରିବା କର୍ମ (୧୪) ଦଇତା-ସ୍ୱତନ୍ତ୍ର ପ୍ରକାରର ସେବାୟତ ରଥଯାତ୍ରା ଓ ନବକଳେବର ସମୟରେ କର୍ମନିର୍ବାହ କରନ୍ତି । (୧୫) ଦତ-ବିଗ୍ରହମାନଙ୍କର ବନକଲାଗି କରନ୍ତି (୧୬) କରଣ- ପ୍ରଭୁଙ୍କର ଆୟବ୍ୟୟ ହିସାବ ରଖନ୍ତି (୧୭)ହଡପନାୟକ-ପାନ ପ୍ରସ୍ତୁକର୍ତା (୧୮) ଘଟୁଆର- ଚନ୍ଦନ ଘୋରିବା ବ୍ୟକ୍ତି (୧୯) ଦର୍ପଣିଆ ସେବକ- ଅବକାଶରେ ଶ୍ରୀଜୀଉଙ୍କ ସମ୍ମୁଖରେ ପିତଳ ଦର୍ପଣ ଦେଖାନ୍ତି, ରଥଯାତ୍ରା ସମୟରେ ଶ୍ରୀଜୀଉଙ୍କ ରୁନ୍ଧିବା ଓ ଫିଟାଇବା ସେବା (୨୦) ମହାଭୋଇ- ମହାପ୍ରଭୁଙ୍କ ସ୍ନାନ ପାଇଁ ଚନ୍ଦନ ବ୍ୟବସ୍ଥା (୨୧) ପାଣିଆ-ଜଳପ୍ରସ୍ତୁତର୍କା (୨୨)ବଜନ୍ତ୍ରୀ-ବାଜା ବଜାଇବା ବ୍ୟକ୍ତି (୨୩) ଗାୟଣୀ- ମଙ୍ଗଳ ଗୀତଗୋବିନ୍ତଦ ପ୍ରଭୃତି ଗାଇଥାନ୍ତି (୨୪) ଗୀତଗୋବିନ୍ଦ ସେବକ-ଗୀତଗୋବିନ୍ଦ ଗାନର୍କା (୨୫)-ଚତର (୨୬)ଚକ୍ରବିହୁଡି ଆଲୋକ ଧାରଣକର୍ତା (୨୭) କୁମ୍ଭାରବିଶୋଇ-ମାଟିପାତ୍ର ଯୋଗାଣକର୍ତା (୨୮)ସୁଆଁସିଆ-ମଜୁରିଆ (୨୯)ଚୂନରା-ମନ୍ଦିରର ଚୂନ ଲିପିବା ବ୍ୟକ୍ତି, ବାନା ବାନ୍ଧିବା (୩୦)ଜ୍ୟୋତିଷ-ମନ୍ଦିରର ବିଭିନ୍ନ କାର୍ଯ୍ୟରେ କଳଗଣନା କାର୍ଯ୍ୟ (୩୧) ବୈଦ୍ୟ-ମହାପ୍ରଭୂଙ୍କୁ ମହୌଷଧୀ ଯୋଗାଉଥିବା ବ୍ୟକ୍ତି (୩୨) ବିନ୍ଧାଣୀ କମାର (୩୩) ସବୁତ ନିଯୋଗ-ବ୍ୟଞ୍ଜନ ନିମିତ ପରିବା ଯୋଗାଇବା ବ୍ୟକ୍ତି (୩୪)ତୀର୍ଥମାଟିଆ-ମନ୍ଦିର ପରିସରରେ କେହି ମରିଗଲେ ମନ୍ଦିର ପରିଶର ଶୋଧ କରିବା ବ୍ୟକ୍ତି (୩୫) ଓଝା ମହାରଣା-ବଢ଼େଇ (୩୬) ଚାପା ପଲେଇ-ନୌକାଚାଳକ (୩୭) ଅଶ୍ୱହସ୍ତୀସେବକ-ଘୋଡା, ହାତୀମାନଙ୍କର ରକ୍ଷକ (୩୮)ମହାସେଠୀ-ପ୍ରଭୁଙ୍କ ପୋଷାକ ସଫା କରିବା ବ୍ୟକ୍ତି (୩୯) ପାଳିଆ ମାହାର-ମନ୍ଦିର ପରିସର ସଫା କରିବା ବ୍ୟକ୍ତି ।

Leave A Reply

Your email address will not be published.