Latest Odisha News

BREAKING NEWS

‘ଏସବିଆଇ’ ଆଣିଲା ନୂଆ ଟେକ୍ନୋଲୋଜି; ବିନା କାର୍ଡ ଓ କ୍ୟାସରେ କରିପାରିବେ ପେମେଣ୍ଟ !

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ଖାତାଧାରୀଙ୍କ ପାଇଁ ଖୁସି ଖବର । ଛୋଟମୋଟ ପେମେଣ୍ଟ ପାଇଁ ଆଉ କାର୍ଡ ବା ଟଙ୍କା ଦରକାର ନାହିଁ । ଏସବିଆଇ ଏକ ନୂଆ ଟେକ୍ନୋଲୋଜି ଅଣିଛି । ଏହାଦ୍ୱାରା ଯେକୌଣସି ଦୋକାନରୁ ଛୋଟ ମୋଟ ଜିନିଷ କିଣିବାପାଇଁ ନିଜର ଆଙ୍ଗୁଠି ଦ୍ୱାରା ଏହି ପେମେଣ୍ଟ କରିପାରିବେ ।

ଏସବିଆଇ ନିଜର ନୂଆ ଭୀମ-ଆଧାର-ଏସବିଆଇ ପ୍ଲାଟଫର୍ମ ସେବା ଆରମ୍ଭ କରିଦେଇଛି । ଏହି ବ୍ୟବସ୍ଥାରେ ଦୋକାନୀଙ୍କୁ ଗୋଟିଏ ଆଙ୍ଗୁଠି ସ୍କାନିଂ ମେସିନ ଦିଆଯିବ । ଯଦି ଗ୍ରାହକ ପାଖରେ ଟଙ୍କା ବା କାର୍ଡ କିଛି ନଥିବ ତାହାଲେ ଏହି ଆଙ୍ଗୁଠି ସ୍କାନିଂ ମେସିନରେ ନିଜର ଆଙ୍ଗୁଠି ସ୍କାନ କରି ପେମେଣ୍ଟ କରିପାରିବ ।

ଏସବିଆଇ ଅନୁସାରେ ଏହି ସୁବିଧା ପାଇବ ପ୍ରଥମେ ଖାତାଧାରୀଙ୍କୁ ଭୀମ-ଆଧାର-ଏସବିଆଇ ଆପ୍ସ ଜରିଆରେ ନିଜର ରେଜିଷ୍ଟ୍ରର କରାଇବାକୁ ପଡିବ । ଥରେ ଖାତାଧାରୀ ନିଜର ରେଜିଷ୍ଟ୍ରସନ କରିବାପରେ ସେହି ଦୋକାନରୁ ଭୀମ-ଆଧାର-ଏସବିଆଇ ଦ୍ୱାରା କିଣି ପାରିବ। ବ୍ୟାଙ୍କ ଆପ୍ସରେ ନିଜର ଆକାଉଣ୍ଟ କୁ ଆଧାର ଦ୍ୱାରା ଭେରୀଫିକେସନ କରିବାକୁ ପଡିବ ଏହା ପରେ ଆଙ୍ଗୁଠି ସ୍କାନ ପେମେଣ୍ଟ କରାଯାଇପାରିବ।

କୌଣସି ପେମେଣ୍ଟ କରିଲେ ପଇସା ସିଧା ଯାଇ ଖାତା ରେ ଜମା ହୋଇଯିବ । ବିନା କ୍ୟାସ ଓ କାର୍ଡ ପେମେଣ୍ଟ ସୁବିଧା ପାଇଁ ବ୍ୟାଙ୍କ ସହ ଯୋଗାଯୋଗ କରିବାକୁ ଏସବିଆଇ ଦେଶରେ ସବୁ ଛୋଟ ବଡ଼ ଦୋକାନୀ ମାନଙ୍କୁ ସୂଚନା ଦେଇଛି ।

ବ୍ୟାଙ୍କ ଏହି ଦୋକାନୀମାନଙ୍କୁ ଗୋଟିଏ ଆଙ୍ଗୁଠି ସ୍କାନ ମେସିନ ଦେବ ଯାହା ଗ୍ରାହକଙ୍କ ଖାତାରୁ ସିଧା ପେମେଣ୍ଟ ସୁବିଧା ଦେବ । ଏସବିଆଇ କହିଛି ଯେ, ଏହି ନୂଆ ସୁବିଧା ଆଣ୍ଡରଏଡ଼ ଆପ୍ସ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ । ଏଥିପାଇଁ ଓଏସ ଭି ୪.୨ – ଜେଲି ବିନ ଓ ତାଠାରୁ ଅଧିକ ନୂଆ ଭର୍ସନ ହେବା ଦରକାର ।

Leave A Reply

Your email address will not be published.