Latest Odisha News

BREAKING NEWS

Ex-Sri Lankan President Arrested: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଗିରଫ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଗିରଫ। ତାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ବ୍ୟକ୍ତିଗତ କାମରେ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗରେ ଗିରଫ ହୋଇଛନ୍ତି ରାନିଲ ବିକ୍ରମସିଂଘେ।

ଶ୍ରୀଲଙ୍କାର ସମ୍ବାଦପତ୍ର ଦି ଡେଲି ମିରର ଏକ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ପତ୍ନୀ ମୈତ୍ରୀ ବିକ୍ରମସିଂଘେଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବରେ ଯୋଗଦେବା ପାଇଁ ସେ ସରକାରୀ ଅର୍ଥ ଓ ବ୍ୟବସ୍ଥାର ଅପବ୍ୟବହାର କରି ଲଣ୍ଡନ ଯାତ୍ରା କରିଥିଲେ। ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ତାଙ୍କୁ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ।

ସେ ଆହୁରି କହିଛନ୍ତି ଯେ ବିକ୍ରମସିଂଘେଙ୍କ ଉପରେ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଦେଶର ସମ୍ବଳ ବ୍ୟବହାର କରିବାର ଅଭିଯୋଗ ଆସିଛି। ତେବେ ବିକ୍ରମସିଂଘେ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ସେ ନିଜସ୍ବ ଅର୍ଥରେ ଲଣ୍ଡନ ଗସ୍ତ କରିଥିଲେ । ତେବେ ମାମଲାର ତଦନ୍ତ କରୁଥିବା ସିଆଇଡି ନିଜର ଅଭିଯୋଗକୁ ପ୍ରମାଣିତ କରିବାକୁ ବିକ୍ରମସିଂଘେଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବଙ୍କ ବୟାନ ରେକର୍ଡ କରିଛି।

 

Comments are closed.