ଭୁବନେଶ୍ବର: ବିଶ୍ବସ୍ତରରେ ବଢୁଛି ଓଡିଆ ଭାଷାର ଆଦର। ଆମେରିକାର ଶାନ୍ତି ସ୍ତମ୍ଭରେ ସ୍ଥାନ ପାଇଲା ଓଡ଼ିଆ ଭାଷା। ଯାହା ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ। ଓଡିଶାର ଗୀତ, ନୃତ୍ୟକୁ ଓଡ଼ିଶା ବାହାରେ, ଦେଶ ବାହାରେ ପରିବେଷଣ କରି ଏହାର ଗୁରୁତ୍ବକୁ ବଢାଯାଉଥିବା ବେଳେ ଏବେ କାଲିଫର୍ଣ୍ଣିଆର ଫିସ୍ ପୋଲ୍ (ଶାନ୍ତି ସ୍ତମ୍ଭ)ରେ ସ୍ଥାନ ପାଇଛି ଓଡିଆ ଭାଷା।
ଆମ ମାତୃଭାଷା ଆମେରିକାର ଶାନ୍ତି ସ୍ତମ୍ଭରେ ଲିଖିତ ନୀତିବାଣୀରେ ଦେଖିବାକୁ ମିଳିଛି। କାଲିଫର୍ଣ୍ଣିଆର ସିଲିକନ୍ ଭ୍ୟାଲିର କୁପର୍ଟିନୋ ସହରରେ ପିସ୍ ପୋଲରେ ସ୍ଥାନ ପାଇଛି ଓଡ଼ିଆ ଭାଷା। ବିଶ୍ବର ବିଭିନ୍ନ ଦେଶର ଭାଷାରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଥିବା ଏହି ଶାନ୍ତି ସ୍ତମ୍ଭରେ ବିଶ୍ବର ବିଭିନ୍ନ ଦେଶ ଓ ରାଜ୍ୟକ ଭାଷାକୁ ସ୍ଥାନ ଦିଆଯାଇଥିବା ବେଳେ ଓଡିଆ ଭାଷାରେ ଲେଖାଯାଇଛି “ଶାନ୍ତି ପୃଥିବୀରେ ବିରାଜମାନ ହେଉ।”
ଏହି ଐତିହାସିକ ପଦକ୍ଷେପ ପଛରେ ଅଛନ୍ତି ପ୍ରବାସୀ ଓଡ଼ିଆ ରୀନା ପଟ୍ଟନାୟକ ରାଓ। ସେ ୩୦ ବର୍ଷରୁ ଅଧିକ ସମୟ ଧରି ସେଠାରେ ରହି ଆସୁଥିବା ବେଳେ ଏନେଇ ସେ ପ୍ରୟାସ ଜାରି ରଖିଥିଲେ। ଆଉ ଏବେ କୁପର୍ଟିନୋର ପିସ୍ ପୋଲରେ ଓଡ଼ିଆକୁ ସ୍ଥାନ ମିଳିଛି। ଆମେରିକାର ଶ୍ରେଷ୍ଠ କମ୍ୟୁନିଟି କଲେଜ୍ “ଡି ଆଞ୍ଜା କଲେଜ୍” ଓ ରୋଟାରୀ ଏହି ପ୍ରୟାସରେ ଭାଗିଦାରୀ ହୋଇଛି। ଶାନ୍ତି ସ୍ତମ୍ଭରେ ଓଡ଼ିଆ ଭାଷା ସ୍ଥାନିତ ହେବା କେବଳ ଯୁକ୍ତରାଷ୍ଟ୍ରରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ଏବଂ ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ମୁହୂର୍ତ୍ତ।
Comments are closed.