ନୂଆଦିଲ୍ଲୀ: ଲିଓନେଲ ମେସି(Lionel Messi)ଙ୍କ ଆର୍ଜେଣ୍ଟିନା ଦଳ(Argentina football team)ର ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ଏବଂ କଳ୍ପନାଜଳ୍ପନା ଶେଷ ହୋଇଛି । ଆର୍ଜେଣ୍ଟିନା ଫୁଟବଲ୍ ଦଳ କେରଳ ଗସ୍ତକୁ ନିଶ୍ଚିତ କରିଛି। ଆର୍ଜେଣ୍ଟିନା ଫୁଟବଲ୍ ଆସୋସିଏସନ୍ (AFA) ଶନିବାର, ଅଗଷ୍ଟ ୨୩ ତାରିଖରେ ନିଶ୍ଚିତ କରିଛି ଯେ ଦଳ ଭାରତରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ। କିନ୍ତୁ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ମେସି ମ୍ୟାଚ୍ ପାଇଁ ଦଳ ସହିତ ଯିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଆର୍ଜେଣ୍ଟିନା ଫୁଟବଲ୍ ଫେଡେରେସନ୍ (AFA) ନିଶ୍ଚିତ କରିଛି ଯେ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ କେରଳରେ ଖେଳାଯିବ।
AFA ତାର ବିବୃତ୍ତିରେ କହିଛି, ‘ଆର୍ଜେଣ୍ଟିନା ଫୁଟବଲ୍ ଦଳ ୨୦୨୫ ମସିହାରେ ଲିଓନେଲ୍ ସ୍କାଲୋନିଙ୍କ ନେତୃତ୍ୱରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ। ୬ ରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ଆମେରିକାରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବ । ତା’ପରେ ନଭେମ୍ବର ୧୦ ରୁ ୧୮ ମଧ୍ୟରେ ଆଙ୍ଗୋଲାର ଲୁଆଣ୍ଡା ଏବଂ ଭାରତର କେରଳ ଠାରେ ମ୍ୟାଚ୍ ଅନୁଷ୍ଠିତ ହେବ।
୧୪ ବର୍ଷ ପରେ ଆର୍ଜେଣ୍ଟିନାର ଫୁଟବଲ୍ ଦଳ ଭାରତରେ ଖେଳିବ। ଶେଷ ଥର ପାଇଁ ୨୦୧୧ ମସିହାରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ଭେନେଜୁଏଲା ପରସ୍ପରକୁ ଭେଟିଥିଲେ । ମେସି ମଧ୍ୟ ସେହି ମ୍ୟାଚ୍ରେ ଅଂଶଗ୍ରହଣ କରିଥିଲେ।
Officially announcing with pride ⚽✨#Argentina is coming to Kerala! 🇦🇷🔥
A historic football moment awaits God’s Own Country. 🌴⚽
Grateful to @reporter_tv for the support.#VAbdurahiman #SportsMinisterKerala #Messi @afa @leomessisite @leomessisite @AFASeleccionEN @TeamMessi pic.twitter.com/u926BPZ0TN— V Abdurahiman (@VAbdurahimanOff) August 23, 2025
ସୂଚନାଥାଉକି, ଆର୍ଜେଣ୍ଟିନା ଫୁଟବଲ୍ ଦଳ ୨୦୨୨ ଫିଫା ବିଶ୍ୱକପ୍ ଜିତିବା ପରେ ମିଳିଥିବା ସମର୍ଥନ ପାଇଁ କେରଳକୁ ଧନ୍ୟବାଦ ଜଣାଇଥିଲା। ମେସିଙ୍କ ନେତୃତ୍ୱରେ ବିଜୟ ସମୟରେ ପ୍ରଶଂସକମାନେ ଦେଇଥିବା ସମର୍ଥନ ପାଇଁ ଭାରତ, ପାକିସ୍ତାନ ଏବଂ ବାଂଲାଦେଶକୁ ବିଶେଷ ଭାବରେ କେରଳକୁ ଧନ୍ୟବାଦ ଜଣାଇଥିଲା ।
ପୂର୍ବରୁ କେରଳର କ୍ରୀଡ଼ା ମନ୍ତ୍ରୀ ଭି. ଅବଦୁଲ ରହମାନ ଆର୍ଜେଣ୍ଟିନାର କେରଳ ଗସ୍ତକୁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ ।
Comments are closed.