Latest Odisha News

BREAKING NEWS

Nandankanan Zoological Park: ମୌସୁମୀର ଧଳା ଶାବକର ମୃତ୍ୟୁ; ଧଳା ବାଘ ସଂଖ୍ୟା ୫କୁ ହ୍ରାସ

ବାରଙ୍ଗ: ନନ୍ଦନକାନନରେ ଏକ ଅଣ୍ଡିରା ଧଳା ବାଘ ଶାବକର ମୃତ୍ୟୁ । ଗତ ଜୁନ୍‌ ମାସ ୭ ତାରିଖରେ ଶାବକଟି ଧଳା ବାଘୁଣୀ ମୌସୁମୀ ଗର୍ଭରୁ ଜନ୍ମ ନେଇଥିଲା। କିନ୍ତୁ ଜନ୍ମ ବେଳରୁ ଶାବକଟି ରୁଗ୍‌ଣ ଥିଲା । ଧଳା ଅଣ୍ଡିରା ବାଘ ଶାବକ ଓଜନ କମ୍ ଥିବାବେଳେ ଗୁରୁତର ହୋଇଯାଇଥିଲା ।

ତେଣୁ ମା’ ଠାରୁ ଅଲଗା ରହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଇନକ୍ୟୁବେଟରରେ ରଖି ଚିକିତ୍ସିତ ହେଉଥିଲା । କିନ୍ତୁ ଗତ ରାତିରେ ତା’ର ମୃତ୍ୟୁ ହୋଇଛି।

ଫଳରେ ଧଳା ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି ଓ ମୋଟ ବାଘ ସଂଖ୍ୟା ୨୮କୁ ଖସିଛି । ତେବେ ଶାବକଟିର ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହକୁ ଓୟୁଏଟିକୁ ପରୀକ୍ଷା ପାଇଁ ପଠାଯାଇଛି।

ସୂଚନାଥାଉକି, ପ୍ରାଣୀ ଉଦ୍ୟାନର ୨୮ନଂ ଫିଡ଼ିଂ ଚ୍ୟାମ୍ୱରରେ ରହୁଥିବା ୯ ବର୍ଷିଆ ଧଳା ବାଘୁଣୀ ମୌସୁମୀ ଗତ ଜୁନ୍ ୭ ତାରିଖ ରାତିରେ ଦୁଇ ଘଣ୍ଟା ଅନ୍ତରରେ ଦୁଇଟି ଶାବକ ଜନ୍ମ ଦେଇଥିଲା ।

 

 

Comments are closed.