Latest Odisha News

BREAKING NEWS

Flood-Affected Area: ଦଶରଥପୁରରେ ବନ୍ୟାଞ୍ଚଳ ବୁଲି ଦେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଯାଜପୁର: ଦଶରଥପୁରରେ ବନ୍ୟାଞ୍ଚଳ ବୁଲି ଦେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ । ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ହେବା ଫଳରେ ବୈତରଣୀର ଶାଖା କାଣୀ ନଦୀର ମଲ୍ଲିକାପୁର ପଞ୍ଚାୟତ ବଙ୍ଗାଳି ସାହି ନିକଟରେ ୧୫୦ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ହେବା ଫଳରେ ଦଶରଥପୁର ବ୍ଲକର ମଲ୍ଲିକାପୁର, କସପା ସମେତ ୨୦ରୁ ଉର୍ଦ୍ଧ୍ବ ପଂଚାୟତ ପ୍ରଭାବିତ ହୋଇଛି ।

ବ୍ଲକର ୪୦ରୁ ଉର୍ଦ୍ଧ୍ବ ଗାଁ ସମେତ ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦଶରଥପୁର ବ୍ଲକର ଘାଇ ଅଞ୍ଚଳ ସମେତ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ବିପନ୍ନ ମାନଙ୍କ ସହିତ ଆଲୋଚନା କରିଛନ୍ତି ।

ଏହି ଅବସରରେ ବଡଚଣା ବିଧାୟକ ଆମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସମେତ ରାଜସ୍ୱ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଦଶରଥପୁର ବିଡିଓ ଆକାଶ ପଟ୍ଟନାୟକଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଜେପି ନେତା ମାନେ ସାମିଲ ହୋଇଥିଲେ ।

Comments are closed.