Latest Odisha News

BREAKING NEWS

ଇପ୍ସିତା ସାହୁ ଓ ଚିନ୍ମୟ ସାହୁଙ୍କୁ ବିଜେଡିର ନୂଆ ଦାୟିତ୍ଵ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ଦିନ ଦଳର ଯୁବ ଏବଂ ଛାତ୍ର ଶାଖାକୁ ସୁଦୃଢ଼ କରିବା ପାଇଁ ନୂତନ ନିଯୁକ୍ତି ଘୋଷଣା କରିଛି। ଇପ୍ସିତା ସାହୁଙ୍କୁ ତୁରନ୍ତ ପ୍ରଭାବରୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି।

ସେହିପରି ନୂତନ ବିସିଜେଡି ଦଳରେ ଦେବେଶ ଆଚାର୍ଯ୍ୟଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ଏବଂ ଦେବୀ ରଞ୍ଜନ ତ୍ରିପାଠି, ଶୁଭାଶିଷ ଖୁଣ୍ଟିଆ ଏବଂ ସୌଭିକ୍ ବିଶ୍ୱାଳଙ୍କୁ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ଭାବରେ ନିଯୁକ୍ତ କରାଯାଇଛି।

ଅପରପକ୍ଷରେ ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳ (ବିୱାଇଜେଡି)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି।ବିୱାଇଜେଡି ଦଳରେ ବ୍ୟୋମାକେଶ ରାୟଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଏବଂ ରାଜେନ୍ଦ୍ର କୁମାର ସାହୁ, ଅମରେଶ ପତ୍ରୀ ଏବଂ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଭାବରେ ସାମିଲ କରାଯାଇଛି।

ନୂତନ ପଦବୀରେ ନିଯୁକ୍ତ ହେବା ପରେ ଇପ୍ସିତା ଏବଂ ଚିନ୍ମୟ ଉଭୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି।

 

Comments are closed.