Latest Odisha News

BREAKING NEWS

Landslide On Vaishno evi:ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ: ପାହାଡ଼ ଧସି ୩୧ ମୃତ, ୨୦ରୁ ଉର୍ଦ୍ଧ୍ବ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ତାଣ୍ଡବ। ବୁଧବାର ଦିନ ପ୍ରବଳ ବର୍ଷା ହେବା ଫଳରେ ଜମ୍ମୁ ଏବଂ କାଶ୍ମୀରର କଟରାର ଅର୍ଦ୍ଧକୁମାରୀ ନିକଟରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୟଙ୍କର ଭୂସ୍ଖଳନ ହୋଇଛି। ପାହାଡ଼ ଧସିବା ଫଳରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର କଟରା ଜିଲ୍ଲାର ଅର୍ଦ୍ଧକୁଆରୀ ପାଖରେ ହୋଇଛି ଲ୍ୟାଣ୍ଡସ୍ଲାଇଡ। ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ବୈଷ୍ଣୋଦେବୀଙ୍କ ମନ୍ଦିରକୁ ଯାଇଥାନ୍ତି।

ଗତକାଲି ହଠାତ ଭୂସ୍ଖଳନ ହୋଇ ପାହାଡ଼ରୁ ମାଟି ଓ ବିଶାଳ ପଥର ତଳକୁ ଧସିଥିଲା। ଏହା ଫଳରେ ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି। ବୈଷ୍ଣୋଦେବୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଗୁରୁତରମାନଙ୍କୁ କଟରାସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫକୁ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହା ପରେ ବୈଷ୍ଣୋଦେବୀ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ଦୁଇ ଦିନ ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଫଳରେ ବିଭିନ୍ନ ନଦୀ ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ଅନ୍ୟପକ୍ଷରେ, ଉତ୍ତର ରେଳବାଇ ଜାମ୍ମୁ ଅଭିମୁଖେ ଯାଉଥିବା ୨୨ଟି ଟ୍ରେନକୁ ବାତିଲ କରିଥିବାବେଳେ ୨୭ଟି ଟ୍ରେନକୁ ବନ୍ଦ କରିଦିଆଯାଇଛି। ଜମ୍ମୁରେ ମଙ୍ଗଳବାର ସକାଳ ୧୧.୩୦ ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ସର୍ବାଧିକ ବର୍ଷା ହୋଇଥିଲା, ସରକାରୀ ତଥ୍ୟ ଅନୁଯାୟୀ, ମାତ୍ର ଛଅ ଘଣ୍ଟା ମଧ୍ୟରେ ୨୨ ସେମି ରେକର୍ଡ କରାଯାଇଥିଲା। ତଥାପି, ମଧ୍ୟରାତ୍ରି ପରେ ବର୍ଷା ଯଥେଷ୍ଟ ହ୍ରାସ ପାଇଥିଲା, ଯାହା କିଛି ଆଶ୍ୱସ୍ତି ଆଣିଥିଲା। ମଙ୍ଗଳବାର ଅପରାହ୍ନରେ ମନ୍ଦିର ମାର୍ଗରେ ଆଉ ଏକ ଭୂସ୍ଖଳନ ଘଟି ୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୧ ଜଣ ଆହତ ହୋଇଥିଲେ।

Comments are closed.