Latest Odisha News

BREAKING NEWS

No-fly zone: ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍‌ରେ ପୁଣି ଉଡ଼ିଲା ଡ୍ରୋନ୍

ପୁରୀ:ଶ୍ରୀମନ୍ଦିର ଉପରେ ବୁଧବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଜୋନ୍‌ରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ମାର୍କେଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ନିକଟରୁ ଡ୍ରୋନ୍‌ଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଉଡୁଥିବାର ଦେଖିବାକୁ ମିଳିଥିଲା। ମାର୍କେଟ ଛକଠାରୁ ଡ୍ରୋନ୍‌ଟି ଅପରେଟ୍‌ କରାଯାଇଥିବା ଅନୁମାନ କରାଯାଉଛି।

ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ କୋଲକାତାର ଜଣେ ଭକ୍ତ ବୁଧବାର ଦିନ ତାଙ୍କ ଚଷମାରେ ଥିବା ଏକ ଗୁପ୍ତ କ୍ୟାମେରା ବ୍ୟବହାର କରି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟ ରେକର୍ଡ କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି।ଅଭିଯୁକ୍ତ ଅରୂପ ରାୟ (୩୧)ଙ୍କୁ ମନ୍ଦିର ସୁରକ୍ଷା କର୍ମଚାରୀ ଭିତର କାଠ ନିକଟରେ ଗିରଫ କରିଥିଲେ।

ଆଜିର ଘଟଣାକୁ ମିଶାଇ ୪ ଥର ଘଟିଲାଣି। ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ ଫଟୋ,ଭିଡିଓ ଉତ୍ତୋଳନ କରିବା ଘଟଣା ଥମିବାର ନାଁ ଧରୁନାହିଁ।

 

Comments are closed.