ରାୟପୁର: ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା। ଚିନ୍ତାଗୁଫା ଜଙ୍ଗଲରୁ ୩ ହାର୍ଡକୋର ମାଓବାଦୀ ଗିରଫ।ଜଙ୍ଗଲରେ IED ଖଞ୍ଜୁଥିବା ବେଳେ ୩ ମାଓବାଦୀ ଗିରଫ। ପୋଲିସ ଓ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ଗିରଫ ହୋଇଛନ୍ତି ମାଓବାଦୀ।
ତେବେ ଜିଲ୍ଲା ପୋଲିସ ଓ CRPF କୋବ୍ରା ଜବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଥିଲା । ଜଙ୍ଗଲରେ ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ସରଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗିରଫ ନକ୍ସଲମାନଙ୍କ ବିରୁଦ୍ଧରେ ବିସ୍ଫୋରକ ସାମଗ୍ରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ କୋର୍ଟରେ ହାଜର କରାଯାଇ ବିଚାର ବିଭାଗୀୟ ରିମାଣ୍ଡରେ ଜେଲକୁ ପଠାଯାଇଛି।
ଗିରଫ ନକ୍ସଲମାନଙ୍କଠାରୁ ଟିଫିନ୍ ବୋମା, ଇଲେକ୍ଟ୍ରିକ୍ ଡେଟୋନେଟର, ଜିଲାଟିନ୍ ରଡ୍, କର୍ଡେକ୍ସ ତାର ଏବଂ ପେନସିଲ୍ ସେଲ୍ ଜବତ କରାଯାଇଛି। ଉଦ୍ଧାର ସାମଗ୍ରୀର ଓଜନ ପ୍ରାୟ ୨ ରୁ ୩ କିଲୋଗ୍ରାମ ବୋଲି କୁହାଯାଉଛି। ପଚରାଉଚରା ସମୟରେ ନକ୍ସଲମାନେ ସ୍ୱୀକାର କରିଛନ୍ତି ଯେ ସୁଯୋଗର ଫାଇଦା ଉଠାଇ ବିସ୍ଫୋରକ ସାମଗ୍ରୀ ଲଗାଇବା ପାଇଁ ଯୋଜନା କରାଯାଇଥିଲା।
Comments are closed.