Latest Odisha News

BREAKING NEWS

ଦୁଇ ଯୁବକଙ୍କୁ ହାଣି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲା ସିରସଟି ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ । ଯୁବକଙ୍କୁ ହାଣି ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି ଲାଲବାହିନୀ ।

ମୃତକମାନେ ହେଲେ ପଦାମ ପୋଜ୍ଜା ଏବଂ ପଦାମ ଦେବେନ୍ଦ୍ର । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ନକ୍ସଲ ଏବେ ନିଜର ସ୍ଥିତି ଜାହିର କରିବାକୁ ଯାଇ ପ୍ରତିଦିନ ହିଂସା ଘଟାଉଛନ୍ତି । ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରି ପୋଲିସ ସୂଚନଦାତା ବୋଲି କହିବା ସହ ହତ୍ୟା କରି ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି ।

Comments are closed.