Latest Odisha News

BREAKING NEWS

Donald Trump Mock Funeral: ଟାରିଫ୍ ଚାପ ଭିତରେ ସରିଲା ଟ୍ରମ୍ପଙ୍କ ‘ଶେଷ ସଂସ୍କାର’, ପ୍ରତିକାତ୍ମକ ଶବଦାହ କଲା ଏହି ଦଳ….

ଭୋପାଳ: ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍ ନୀତି ପାଇଁ ଏବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସବୁଠି ସମାଲୋଚିତ ହେଉଥିବା ବେଳେ  ଟ୍ରମ୍ପଙ୍କ ଉପରେ କ୍ରୋଧିତ ଅଛନ୍ତି ଭାରତର ଲୋକମାନେ । ଭାରତର ଲୋକମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଏତେ କ୍ରୋଧିତ ଯେ ସେମାନେ ତାଙ୍କର ‘ଶେଷ ସଂସ୍କାର’ ସମ୍ପର୍ଣ୍ଣ କରିଛନ୍ତି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଟ୍ରମ୍ପଙ୍କ ‘ଶେଷ ସଂସ୍କାର’ କରାଯାଇଛି । ମାମଲା ଏପରି ସ୍ଥିତିରେ ପହଞ୍ଚିଛି ଯେ ଟ୍ରମ୍ପଙ୍କ ୧୩ ଦିନ ପୂଜା ବି କରାଯିବ, ଏଥିସହିତ ତାଙ୍କ ମୃତ୍ୟୁ ଭୋଜି ମଧ୍ୟ ଆୟୋଜନ କରାଯିବ। ତେବେ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ କରିବାର ପଦକ୍ଷେପର ପ୍ରତିବାଦରେ ‘ଭଗୁଓ୍ବା ଦଳ’ ଭୋପାଳରେ ଏହି ପ୍ରତୀକାତ୍ମକ ଅନ୍ତିମ ସଂସ୍କାର କରିଥିଲା।

ଭଗୁଓ୍ବା ଦଳର କର୍ମୀମାନେ ଟ୍ରମ୍ପଙ୍କ ବିରୁଦ୍ଧରେ ମଧ୍ୟ ସ୍ଲୋଗାନ ଦେଇଥିଲେ। ଭୋପାଳର ରାସ୍ତାରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ନକଲି ଅନ୍ତିମ ସଂସ୍କାର ଶୋଭାଯାତ୍ରା ବାହାର କରି କର୍ମୀମାନେ ପ୍ରତିବାଦ କରିଥିଲେ। ପୋଷ୍ଟରରେ ଟ୍ରମ୍ପଙ୍କ ଶୁଳ୍କ ବିରୋଧରେ ସ୍ଲୋଗାନରେ ଲେଖାଯାଇଥିଲା, ‘ବନ୍ଧୁତାର ଆଳରେ ଆକ୍ରମଣ, ଅତ୍ୟାଚାରକୁ ସହ୍ୟ କରାଯିବ ନାହିଁ’ ଏବଂ ‘ଟ୍ରମ୍ପଙ୍କ ଶୁଳ୍କର ଖଣ୍ଡା ଆଦିବାସୀଙ୍କ ବାଣିଜ୍ୟ କାଟିଦେବ।’ ପ୍ରତୀକାତ୍ମକ ଅନ୍ତିମ ସଂସ୍କାରରେ, ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ ନକଲି ଶରୀରରେ ଲଗାଯାଇଥିଲା। ଏହା ପରେ, ଶବଦାହ ଚିତା ମଧ୍ୟ ଜଳାଇ ଦିଆଯାଇଥିଲା।

ତେବେ ସମ୍ପ୍ରତି, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପ୍ରଥମେ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ଏହା ପରେ, ଟ୍ରମ୍ପ ଭାରତ ଉପରେ ରୁଷରୁ ତେଲ କିଣିବା ବାହାନାରେ ଆଉ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଏବେ ଆମେରିକାକୁ ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ଭାରତରେ ବହୁତ ସମାଲୋଚନା କରାଯାଉଛି।

ଭଗୁଓ୍ବା ଦଳର କର୍ମୀମାନେ କହିଛନ୍ତି ଯେ ଟ୍ରମ୍ପ ପାକିସ୍ତାନ ସହିତ ମିଶି ଭାରତକୁ ‘ବିଶ୍ୱାସଘାତକ’ କରୁଛନ୍ତି। କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଟ୍ରମ୍ପ ଏପରି କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରେ। ଦଳ କହିଛି ଯେ ୧୩ ଦିନ ପରେ, ସେମାନେ ଟ୍ରମ୍ପଙ୍କ ତ୍ରୟୋଦଶ ଦିନର ପୂଜାର୍ଚ୍ଚନା କରିବା ସମୟରେ ଏକ ଅନ୍ତିମ ଭୋଜି ମଧ୍ୟ ଆୟୋଜନ କରିବେ। ଏହା ବ୍ୟତୀତ, ଦଳ ‘ସ୍ୱଦେଶୀ ଅପନାଓ ଅଭିଯାନ’ ଚଳାଇବାକୁ ମଧ୍ୟ କହିଛି। ଦଳ ଆମେରିକୀୟ ସାମଗ୍ରୀ ବର୍ଜନ କରିବା ପାଇଁ ଏକ ଅଭିଯାନ ମଧ୍ୟ ଚଲାଇବ।

ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲଗାଇଛନ୍ତି, ଯାହା ଭାରତର ଔଷଧ, କାର୍ପେଟ, ଅଳଙ୍କାର ଏବଂ ଅନ୍ୟାନ୍ୟ ସାମଗ୍ରୀର ରପ୍ତାନିକୁ ପ୍ରଭାବିତ କରିଛି। ଏହି ସାମଗ୍ରୀର ରପ୍ତାନି ମୂଲ୍ୟ ବୃଦ୍ଧି ପାଇଛି, ଯାହା ଯୋଗୁଁ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି। ଏପଟେ ଟ୍ରମ୍ପଙ୍କ ଶୁଳ୍କକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ଉତ୍ତେଜନା ରହିଛି।

Comments are closed.