ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ବିହାରର ଜୀବିକା ନିଧି କ୍ରେଡିଟ୍ କୋଅପରେଟିଭ୍ ୟୁନିଅନ୍ ଲିମିଟେଡ୍କୁ ଭର୍ଚୁଆଲ୍ ଭାବରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତର ବିକାଶର ଏକ ପ୍ରମୁଖ ଆଧାର ହେଉଛି ମହିଳା ସଶକ୍ତିକରଣ ଏବଂ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସେମାନଙ୍କ ଜୀବନରୁ ସମସ୍ତ ପ୍ରକାରର ଅସୁବିଧା ଦୂର କରିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ଗାଳି ରାଜନୀତିକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି।
ମୋଦି କଂଗ୍ରେସକୁ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି, ମୋ ମାଆଙ୍କୁ ବିରୋଧୀ ଗାଳିଦେଲେ, ତାଙ୍କର କଣ ଭୁଲ୍ ଥିଲା। କେବଳ ମୋ ମାଆ ନୁହେଁ, କଂଗ୍ରେସ ପ୍ରତ୍ୟେକ ମାଆକୁ ଗାଳି ଦେଇଛନ୍ତି। ଆଜି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମାଆର ଭୂମିକା ଗୁରୁତ୍ବପୂର୍ଣ୍ଣ। ଅନେକ କଷ୍ଟ ସହି ମୋ ମାଆ ଆମକୁ ଲାଳନପାଳନ କରିଥିଲା। ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ, ତଥାପି ଗାଳି କଲେ କିଛି କର୍ମକର୍ତ୍ତା। ମୋଦି ପୁଣି କହିଛନ୍ତି, ମାଆ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ବଳ କରିବା। RJD ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରି ନଥିଲେ। ବିହାରବାସୀ ଲମ୍ବା ଲଢ଼େଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି।
ମୋଦି କହିଛନ୍ତି, ଆରଜେଡିD-କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି। ଏହି ମହିଳାମାନେ ଏଥର ନିର୍ବାଚନରେ ସେମାନଙ୍କୁ ଜବାବ ଦେବେ। RJD କେବେ ମହିଳାଙ୍କୁ ଆଗକୁ ଛାଡୁ ନଥିଲା। ଗରିବ, ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଅପମାନିତ କରିଛି। ମାତୃଭୂମି ମାଆର ଅପମାନକୁ କେବେ ବରଦାସ୍ତ କରିବନି କହିଲେ ପ୍ରଧାନମନ୍ତ୍ରୀ ମୋଦି।
ସୂଚନା ଥାଉକି ବିହାର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାରୀ ରାଲିରେ ମୋଦିଙ୍କ ମା’ଙ୍କୁ ଗାଳି ଦେଇଛିଲେ କିଛି କର୍ମକର୍ତ୍ତା। ଏହି ମାମଲାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, ‘ବିହାର ଭଳି ସମୃଦ୍ଧ ପରମ୍ପରା ଭଳି ରାଜ୍ୟରେ ଏଭଳି ସ୍ଥିତି ଉପୁଜିବ, ଏଠାରେ ମା’ର ସମ୍ମାନକୁ କ୍ଷତି ପହଞ୍ଚିବ। ତାହା କେବେ ଭାବିନଥିଲି। ମା’ ଆମ ଦୁନିଆ । ମା’ ଆମର ସଂସ୍କାର । ବିହାରରେ ସ୍ବର୍ଗବାସୀ ମା’ଙ୍କୁ ରାଜନୀତିକୁ ଟାଣିବା, ମୋତେ ବହୁତ କଷ୍ଟ ଦେଇଛି । ମୁଁ ଜାଣିଛି, ଯେଉଁ ଯନ୍ତ୍ରଣା ମା ଛାତିରେ ରହିଛି, ତାହା ବିହାରର ଲୋକଙ୍କ ମନରେ ରହିଥିବ ।’
Comments are closed.