Latest Odisha News

BREAKING NEWS

ଭାରତର ୧୦୦୦ ଟଙ୍କା, ନେପାଳରେ କେତେ? ମୂଲ୍ୟ ଜାଣି ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ନେପାଳରେ ଭାରତୀୟ ଟଙ୍କାର ମୂଲ୍ୟ କେତେ? ଜାଣିଲେ ସହଜରେ ବିଶ୍ୱାସ କରିବେନି। ମୂଲ୍ୟ ଜାଣି ଆପଣ ବି ହୋଇଯିବେ ତାଜୁବ। କାରଣ ଭାରତର ହଜାର ଟଙ୍କାରେ ନେପାଳରେ ଆପଣ ଅନେକ କିଛି କିଣିପାରିବେ। ନେପାଳ ଭାରତର ଏକ ପଡ଼ୋଶୀ ଦେଶ ଏବଂ ଉଭୟଙ୍କ ମଧ୍ୟରେ ଯାତାୟତ ପାଇଁ ଏକ ଖୋଲା ସୀମା ରହିଛି। ଯେକୌଣସି ଭାରତୀୟ ଭିଜା କିମ୍ବା ପାସପୋର୍ଟ ବିନା ନେପାଳ ଯାଇପାରିବେ। ନେପାଳରେ ଅନେକ ଛୋଟ ଏବଂ ବଡ଼ ପର୍ଯ୍ୟଟନ ସ୍ଥାନ ରହିଛି।

ଯଦି ଆପଣ ମଧ୍ୟ ନେପାଳ ପରିଦର୍ଶନ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ସେଠାକାର ମୁଦ୍ରା ସମ୍ପର୍କରେ ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ। ନେପାଳର ୧୬୦୦ NPR ଯାହା ୧ ହଜାର ଭାରତୀୟ ଟଙ୍କା ସହିତ ସମାନ। ଏହି ଟଙ୍କାରେ ଆପଣ ସ୍ଥାନୀୟ ଖାଦ୍ୟ, କିଛି ସ୍ମାରକୀ ଏବଂ ନେପାଳର ସ୍ଥାନୀୟ ବଜାରରୁ କିଛି କିଣାକାଟା କରିପାରିବେ। କିନ୍ତୁ ବଡ଼ ଧରଣର କିଣାକାଟା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଆବଶ୍ୟକ ହେବ।

ଏବେ ଏଠାରେ ପ୍ରଶ୍ନ ଉଠୁଛି ନେପାଳରେ ଭାରତୀୟ ଟଙ୍କାର ମୂଲ୍ୟ କେତେ? ଭାରତର ମୁଦ୍ରା କଣ ନେପାଳର ମୁଦ୍ରା ତୁଳନାରେ ଦୁର୍ବଳ ନା ଶକ୍ତିଶାଳୀ? ଭାରତୀୟ ଟଙ୍କା ଏବଂ ନେପାଳୀ ଟଙ୍କାରେ ପାର୍ଥକ୍ୟ ଅଛି। ନେପାଳରେ ଭାରତୀୟ ୧ ଟଙ୍କା ନେପାଳର ପ୍ରାୟ ୧ ଟଙ୍କା ୬୦ ପଇସା ସହ ସମାନ। ଏହା ଅନୁସାରେ, ନେପାଳରେ ଭାରତୀୟ ହଜାର ଟଙ୍କା ପ୍ରାୟ ୧୬୦୦ ନେପାଳୀ ଟଙ୍କା ହୋଇଯାଏ। ବେଳେ ବେଳେ ଏହି ହାର ପରିବର୍ତ୍ତନ ହୁଏ। ଯଦି ଆପଣ ନେପାଳରେ ୧୦୦୦ ଭାରତୀୟ ଟଙ୍କାରେ କିଣାକାଟା କରିବାକୁ ଚାହାଁନ୍ତି, ତେବେ ଆପଣ ଏଠାରେ ଏକ ସାଧାରଣ ରେଷ୍ଟୁରାଣ୍ଟରେ ୨୦୦-୪୦୦ ନେପାଳୀ ଟଙ୍କା (NPR) ରେ ଏକ ପ୍ଲେଟ୍ ଭୋଜନ ପାଇପାରିବେ।

୧୫୦-୨୫୦ ନେପାଳୀ ଟଙ୍କାରେ ପୂର୍ଣ୍ଣ ପ୍ଲେଟ୍ ମୋମୋ ଏବଂ ୫୦-୧୦୦ ନେପାଳୀ ଟଙ୍କାରେ ଚା କିମ୍ବା କଫି ମିଳିପାରିବ। କାଠମାଣ୍ଡୁ କିମ୍ବା ପୋଖରାରେ ସ୍ଥାନୀୟ ବସ୍ ଭଡ଼ା ପ୍ରତି ବ୍ୟକ୍ତି ପାଇଁ ୨୦-୫୦ ନେପାଳୀ ଟଙ୍କା ହୋଇପାରେ। ଏହା ବ୍ୟତୀତ, ଆପଣ ୫୦୦-୧୫୦୦ ନେପାଳୀ ଟଙ୍କାରେ ଥାଙ୍ଗକା ଚିତ୍ର, ହାତ ତିଆରି ଅଳଙ୍କାର କିମ୍ବା ପଶ୍ମିନା ଶାଲ୍ ପାଇପାରିବେ। ଆପଣ ଛୋଟ ସ୍ମାରକୀ କିମ୍ବା ପୋଷାକ କିଣିପାରିବେ। ସୀମା ଆରପାରିରେ, ନେପାଳ ହିମାଳୟ ଟ୍ରେକିଂ, ଶାନ୍ତିପୂର୍ଣ୍ଣ ମଠ ଏବଂ ସମୃଦ୍ଧ ସଂସ୍କୃତି କୁ ଉପୋଭୋଗ କରିବା ସହ- ଖାଦ୍ୟ ଏବଂ ଯାତ୍ରା ଖର୍ଚ୍ଚ ଆପଣଙ୍କ ପକେଟରୁ ବହୁତ କମ ପଡ଼ିବ।

Comments are closed.