Latest Odisha News

BREAKING NEWS

ଦେଶୀୟ ପକ୍ଷୀ ଗଣନା ଶେଷ; ଚଳିତ ବର୍ଷ ଭିତରକନିକାକୁ ଆସିଛନ୍ତି ୧୦ ପ୍ରକାର ନୂଆ ପକ୍ଷୀ

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ତେବେ ଗତ ବର୍ଷ ତୁଳନାରେ ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଥିବାବେଳେ, ଚଳିତବର୍ଷ ଏଥିରେ ବୃଦ୍ଧି ପାଇ ୧ଲକ୍ଷ ୩୦ ହଜାର ୭୯୬ରେ ପହଞ୍ଚିଛି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ।

ତେବେ ଗତ ବର୍ଷ ଠାରୁ ଚଳିତ ବର୍ଷ ୬୭୩ ଟି ଅଧିକ ସଂଖ୍ୟକ ପକ୍ଷୀ ଭିତରକନିକାକୁ ଆସିଛନ୍ତି । ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ୧୦ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଛି। ପକ୍ଷୀ ଗୁଡିକ ମଧ୍ୟରେ ଗେଣ୍ଡାଳିଆ , ରାଣୀବଗ, ମଝିଆବଗ, ଛୋଟବଗ , ଖଇରାବଗ, ମାଟିଆବଗ, ପାଣିକୁଆ, ଅନ୍ଧାରିଆବଗ , କାପରଖାଇ, ଦା ବେଂଟିଆ ପ୍ରଭୃତି ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି ।

ତେବେ କନିକା ରେଞ୍ଜ ମଠଆଡିଆ, ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜର ବାଲିଡିଆରେ ୩ ଦିନ ଧରି ଏହି ପକ୍ଷୀ ଗଣନା କରାଯାଇଥିଲା । ୩ଟି ଟିମ୍ ଗଣନା କାର୍ଯ୍ୟରେ ସାମିଲ ଥିଲେ । କନିକା ରେଞ୍ଜରେ ୨ଟି ଟିମ୍ ଓ ରାଜନଗର ରେଞ୍ଜରେ ଗୋଟିଏ ଟିମ୍ ଗଣନା କରିଥିଲେ ।

Comments are closed.