Latest Odisha News

BREAKING NEWS

US Tech Is A Risk: ଆମେରିକାର ଟେକ୍ନୋଲୋଜି ଉପରେ ଭାରତର ଅତ୍ୟଧିକ ନିର୍ଭରଶୀଳତା ଏକ ବିପଦ; GTRI ଦେଲା ଚେତାବନୀ

ନୂଆଦିଲ୍ଲୀ: ଭାରତ ଆମେରିକୀୟ ସଫ୍ଟୱେର୍, କ୍ଲାଉଡ୍ ସେବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅତ୍ୟଧିକ ନିର୍ଭରଶୀଳ।  ଭୂରାଜନୈତିକ ଉତ୍ତେଜନା(geopolitical strain) ସମୟରେ ଆମେରିକାର ସଫ୍ଟୱେର୍, କ୍ଲାଉଡ୍ ସେବା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ (US software, cloud services, and social media platforms)ଉପରେ ଭାରତର ନିର୍ଭରଶୀଳତା ଏକ ପ୍ରମୁଖ ଅର୍ଥନୈତିକ ଏବଂ ସୁରକ୍ଷା ଦୁର୍ବଳତା । ଏକ ଗବେଷଣା ପ୍ରତିଷ୍ଠାନ ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (Global Trade Research Initiative -GTRI) ଗତ ରବିବାର ଏହି ଆଶଙ୍କା କରିଛି।

GTRI କହିଛି ଯେ ଯଦି ଆମେରିକା ଚାହିଁବ, ତେବେ ସେ ସେବା ବନ୍ଦ କରି ଭାରତର ବ୍ୟାଙ୍କିଙ୍ଗ, ଶାସନ ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପାରିବ। ଏହା ସହିତ, ବିଦେଶୀ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରି, ସାଧାରଣ ଲୋକଙ୍କ ଚିନ୍ତାଧାରା ଏବଂ ଆଲୋଚନାକୁ ପ୍ରଭାବିତ କରିପାରିବ। ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ କହିଛି ଯେ”ଭାରତର ଅର୍ଥନୀତି ଏବଂ ସୁରକ୍ଷା  ଆମେରିକାର ସଫ୍ଟୱେର୍, କ୍ଲାଉଡ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅତ୍ୟନ୍ତ ନିର୍ଭରଶୀଳ, ଯାହା ଭୂ-ରାଜନୈତିକ ଉତ୍ତେଜନାର ଯୁଗରେ ଏକ ପ୍ରମୁଖ ଦୁର୍ବଳତା ପାଲଟିଛି” ।

GTRI ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି, “ଏହି ସମସ୍ୟାର ସମାଧାନ ପାଇଁ, ସରକାର ନିଜସ୍ୱ କ୍ଲାଉଡ୍, ସ୍ୱଦେଶୀ ଅପରେଟିଂ ସିଷ୍ଟମ୍ (OS), ଘରୋଇ ସାଇବର ସୁରକ୍ଷା ଏବଂ ତଥ୍ୟ-ଚାଳିତ AI ନେତୃତ୍ୱକୁ କେନ୍ଦ୍ର କରି ଏକ ‘ଡିଜିଟାଲ୍ ସ୍ୱରାଜ ମିଶନ’ ଆରମ୍ଭ କରନ୍ତୁ। ସେ କହିଛନ୍ତି, ୟୁରୋପ ପୂର୍ବରୁ ହିଁ ନିଜର କ୍ଲାଉଡ୍ ନିର୍ମାଣ କରୁଛି ଏବଂ ଡିଜିଟାଲ୍ ବଜାର ଆଇନକୁ କାର୍ଯ୍ୟକାରୀ କରୁଛି। ଚୀନ୍ ମଧ୍ୟ ସରକାରୀ, ପ୍ରତିରକ୍ଷା ଏବଂ ଶିଳ୍ପ ବ୍ୟବସ୍ଥାରେ ସ୍ୱଦେଶୀ ପ୍ଲାଟଫର୍ମ ସହିତ ବିଦେଶୀ କୋଡ୍‌କୁ ବଦଳାଇ ଦେଇଛି।

ସେ ଏହି ପ୍ରସଙ୍ଗକୁ ସ୍ପଷ୍ଟ କରି କହିଛନ୍ତି ଯେ, ଯଦି ଆମେରିକୀୟ ଟେକ୍ ଜାଏଣ୍ଟମାନେ ୱିଣ୍ଡୋଜ୍, ଆଣ୍ଡ୍ରଏଡ୍ କିମ୍ବା କ୍ଲାଉଡ୍ ସେବାକୁ ନିଷେଧ କରନ୍ତି,ତେବେ ଭାରତର ସମ୍ପୂର୍ଣ୍ଣ ଡିଜିଟାଲ୍ ମେରୁଦଣ୍ଡ ରାତାରାତି ଭୁଶୁଡ଼ି ପଡ଼ିପାରେ।

ଶ୍ରୀବାସ୍ତବ ସତର୍କ କରାଇ ଦେଇଛନ୍ତି ଯେ, ୫୦ କୋଟିରୁ ଅଧିକ ଭାରତୀୟ ସ୍ମାର୍ଟଫୋନ୍ ଗୁଗୁଲର ଆଣ୍ଡ୍ରଏଡ୍‌ରେ ଚାଲିଥାଏ, ଯାହା ଦେଶର ଯୋଗାଯୋଗକୁ ଆମେରିକାର ନିଷ୍ପତ୍ତି ଉପରେ ନିର୍ଭରଶୀଳ କରିଥାଏ।

GTRI କହିଛି ଯେ ଏହି ଯୋଜନାକୁ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇପାରିବ-

Short term (୧-୨ ବର୍ଷ): ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଁ ଘରୋଇ ଆଇନ ହିସାବରେ କ୍ଲାଉଡ୍ ହୋଷ୍ଟିଂକୁ ବାଧ୍ୟତାମୂଳକ କରିବା ଉଚିତ। ଜାତୀୟ ଓଏସ୍ ପ୍ରୋଗ୍ରାମ ଆରମ୍ଭ କରାଯିବା ଉଚିତ ଏବଂ ପ୍ରମୁଖ ମନ୍ତ୍ରଣାଳୟଗୁଡ଼ିକରେ ଲିନକ୍ସ (Linux) କୁ ପାଇଲଟ୍ ପ୍ରୋଜେକ୍ଟ ଭାବରେ ବ୍ୟବହାର କରାଯିବା ଉଚିତ।

ମଧ୍ୟମ ଅବଧି (Medium term )(୩-୫ ବର୍ଷ): ସମସ୍ତ ସରକାରୀ ବ୍ୟବସ୍ଥାକୁ ଭାରତୀୟ ସଫ୍ଟୱେର୍ କୁ ସ୍ଥାନାନ୍ତରିତ କରନ୍ତୁ ଏବଂ ସାଇବର ସୁରକ୍ଷା ପାଇଁ ସରକାରୀ-ବେସରକାରୀ ମେଣ୍ଟ ଗଠନ କରନ୍ତୁ।

ଦୀର୍ଘକାଳୀନ (Long term) (୫-୭ ବର୍ଷ): ଭାରତ କ୍ଲାଉଡ୍ ସମାନତା ହାସଲ କରିବା ଉଚିତ, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଦେଶୀ ଓଏସଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇବା ଉଚିତ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଓପନ-ନେଟୱାର୍କ ପ୍ଲାଟଫର୍ମ ସୃଷ୍ଟି କରିବା ଉଚିତ।

 

Comments are closed.