Latest Odisha News

BREAKING NEWS

ଗହଣା ଦୋକାନୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଲୁଟ୍

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିମୁଳିଆ ଅଂଚଳରେ ଆଜି ସନ୍ଧ୍ୟାରେ ଏକ ବଡ଼ଧରଣର ଡକାୟତି ହୋଇଛି । ଅଳଙ୍କାର ଦୋକାନୀଙ୍କ ହାତକୁ ହାଣି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ କରି ଫେରାର ହୋଇଥିବା ଅଭିଯୋଗ ହୋଇଛି ।

ଖବରମୁତାବକ, ସିମୁଳିଆ ଥାନାର ମାର୍କୋଣା ପଞ୍ଚାୟତର ରିଆ ଗ୍ରାମର ଦିବାକର ସାହୁଙ୍କ ପୁଅ ପ୍ରଦୀପ ସାହୁ (୪୨) ମାର୍କୋଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବାବାମଣୀ ଜୁଏଲାରୀ ଦୋକାନ ବନ୍ଦ କରି ଶୁକ୍ରବାର ରାତି ୯ଟା ସମୟରେ କାର ଯୋଗେ ଘରକୁ ଫେରୁଥିଲେ ।
କାର୍‌ରୁ ଓହ୍ଲାଇ ଘରକୁ ଯାଉଥିବା ବେଳେ ଛଅ ଜଣ ମୁଖା ପିନ୍ଧିଥିବା ଦୁର୍ବୃତ୍ତ ପିଛା କରି ଆସି ଗାଡିକୁ ଭାଙ୍ଗିଥିଲେ ଓ ଭୁଜାଲିରେ ଡାହାଣ ହାତକୁ ହାଣି ଥିଲେ।

ପ୍ରଦୀପଙ୍କୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Comments are closed.