ଲଣ୍ଡନ: ଲଣ୍ଡନର ଟାଭିଷ୍ଟକ୍ ସ୍କୋୟାରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣା ଭାରତୀୟଙ୍କୁ ମର୍ମାହତ କରିଛି। ଏଥିସହିତ ଭାରତୀୟ ଉଚ୍ଚଆୟୋଗ ଏହି ଲଜ୍ଜାଜନକ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି ଏବଂ ଏହାକୁ ଅହିଂସାର ନୀତି ଉପରେ ଆକ୍ରମଣ ବୋଲି କହିିଛି।
ଏହି ଘଟଣା ଅନ୍ତର୍ଜାତୀୟ ଅହିଂସା ଦିବସର ମାତ୍ର ତିନି ଦିନ ପୂର୍ବରୁ ଘଟିଛି। ତେବେ ଉଚ୍ଚଆୟୋଗ ସ୍ଥାନୀୟ ପ୍ରଶାସନଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଉଚ୍ଚଆୟୋଗ କହିଛି, “ଏହି ଭଙ୍ଗା କେବଳ ଏକ ପ୍ରତିମୂର୍ତ୍ତି ଉପରେ ଆକ୍ରମଣ ନୁହେଁ ବରଂ ମହାତ୍ମା ଗାନ୍ଧୀଙ୍କ ଅହିଂସା ବିଚାରଧାରା ଏବଂ ତାଙ୍କ ଐତିହ୍ୟ ଉପରେ ଏକ ହିଂସାତ୍ମକ ଆକ୍ରମଣ ବୋଲି ଉଲ୍ଲେଖ କରିଛି।”
Comments are closed.