Latest Odisha News

BREAKING NEWS

ସିରିଜ୍ ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କତାମେଟାରେ ସିରିଜ୍ ଦୁର୍ଘଟଣା । ଟ୍ରକ ପଛପଟେ ଦୁଇଚି ବାଇକ୍ ପିଟି ହୋଇଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ରାସ୍ତାକଡ଼ରେ ଟ୍ରକଟି ଠିଆ ହୋଇଥିବାବେଳେ ଦୁଇ ବାକ୍ ଆସି ପିଟି ହୋଇଥିଲେ । ଦୁର୍ଘାଟଣାଟି ଏତେ ଯୋରରେ ହୋଇଥିଲାଯେ, ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସେପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ୩୨୬ ନମ୍ବର ଜାତୀୟ ରାଜପଥ ରୋକ କରିଛନ୍ତି ।

ଫଳରେ ଜୟପୁର-ମାଲକାନଗିରି ମଧ୍ୟରେ ଯାତାୟତ ଠପ୍ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Comments are closed.