Latest Odisha News

BREAKING NEWS

Internet Service: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ଫେରୁଛି ସ୍ୱାଭାବିକ ସ୍ଥିତି

କଟକ: କଟକରେ ଆରମ୍ଭ ହେଲା ଇଣ୍ଟରନେଟ ସେବା । ୪୮ ଘଣ୍ଟା ଧରି ବନ୍ଦ ଥିଲା ଇଣ୍ଟରନେଟ। ସନ୍ଧ୍ୟା ୭ଟା ରୁ ପୁଣି ଇଣ୍ଟରନେଟ ସେବା ଆରମ୍ଭ ହୋଇଛି କଟକ ସହରରେ। କଟକରେ ଲାଗି ରହିଥିବା ଉତ୍ତେଜନା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା। କର୍ଫ୍ୟୁ ଆଜି ଦିନ ୧୦ଟାରୁ ହଟି ସାରିଥିବା ବେଳେ ଆଜି ସନ୍ଧ୍ୟା ୭ରୁ ଇଣ୍ଟରନେଟ ସେବା ମଧ୍ୟ ଆରମ୍ଭ ହୋଇଛି। ଇଣ୍ଟରନେଟ୍‌ ଉପରେ କଟକଣା ଉଠିବା ନେଇ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରୁଛି କଟକ। ତେବେ ଇଣ୍ଟରନେଟ ଚାଲିବା ପରେ କଟକରେ ଖୁସି ଖେଳି ଯାଇଛି। କାରଣ ଦୈନନ୍ଦିନ ଜୀବନରେ ବେଶ ଆବଶ୍ୟକ ଇଣ୍ଟର୍ନେଟ। ସକାଳୁ ଉଠିବା ଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ନେଟର ଆବଶ୍ୟକତା ପ୍ରତ୍ୟକ ଜୀବନରେ ଯେପରି ଏକ ଅଙ୍ଗ ପାଲଟି ଯାଇଛି। ତେଣୁ ୪୮ ଘଣ୍ଟା ନେଟ ବନ୍ଦ ରହିବା ଅନ୍ଧକାରରେ ରହିବା ସମାନ ବୋଲି କହିଛନ୍ତି କଟକ ବାସୀ।

ଗୋଷ୍ଠୀ ବିବାଦ ଘଟଣା ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଗତ ୫ ତାରିଖ ସନ୍ଧ୍ୟାରେ ବଡ଼ ପଦକ୍ଷେପ ନେଇଥିଲା। ପୁଲିସ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା। କର୍ଫ୍ୟୁ ଜାରି କରାଯାଇଥିବା ଅଞ୍ଚଳଗୁଡ଼ିକ ହେଲା ଦରଘାବଜାର, ମଙ୍ଗଳବାଗ, କ୍ୟାଣ୍ଟନମେଣ୍ଟ, ଲାଲବାଗ, ସିଡିଏ-୨, ପୁରୀଘାଟ, ଜଗତପୁର, ମର୍କତନଗର, ବାଦାମବାଡ଼ି, ବୟ‌ାଳିସମୌଜା, ସଦର, ବିଡ଼ାନାସୀ, ମାଲଗୋଦାମ ଥାନା ଅଧୀନରେ ଥିବା କିଛି ଅଞ୍ଚଳ। ଆଜି ସକାଳୁ କର୍ଫ୍ୟୁ ଉଚ୍ଛେଦ କରାଯାଇଥିଲା। କର୍ଫ୍ୟୁ ଜାରି ସମୟରେ ଜରୁରୀକାଳୀନ ସେବାକୁ କୋହଳ କରାଯାଇଥିଲା। କିନ୍ତୁ ପ୍ରଦର୍ଶନ, ଶୋଭାଯାତ୍ରା ତଥା ଲୋକ ଗହଳିକୁ ବାରଣ କରାଯାଇଥିଲା।

Comments are closed.