ନୂଆଦିଲ୍ଲୀ: ଅକ୍ଟୋବର ୧୫ରୁ ପାଇଁ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସମ୍ପୂର୍ଣ୍ଣ ଟିମ ୨ଟି ଗ୍ରୁପରେ ଏହି ଗସ୍ତରେ ଯିବେ । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ପିଟିଆଇ ଖବର ଅନୁସାରେ ଗୋଟିଏ ଗ୍ରୁପ ସକାଳେ ଏବଂ ଅନ୍ୟମାନେ ବିଜନେସ କ୍ଲାସ ଟିକେଟର ଉପଲବ୍ଧତା ଆଧାରରେ ସନ୍ଧ୍ୟା ବେଳେ ଯିବେ । ପୂର୍ବ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ନବନିଯୁକ୍ତ ଉପ ଅଧିନାୟକ ଶ୍ରେୟାଶ ଆୟାର ଓ ଟିମର ଅନ୍ୟ ସଦସ୍ୟ ଗସ୍ତ ପୂର୍ବରୁ ନୂଆଦିଲ୍ଲୀରେ ସାଥୀ ଖେଳାଳିଙ୍କ ସହ ଯୋଗ ଦେବେ । ପର୍ଥରେ ଅକ୍ଟୋବର ୧୯ରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।
ଏବେ ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ପରିବେଶରେ ଟେଷ୍ଟ ସିରିଜ ଖେଳୁଛି । ଅକ୍ଟୋବର ୧୦ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଯଦି ଏହି ମ୍ୟାଚ ଦିନେ କିମ୍ବା ଦୁଇ ଦିନ ଆଗରୁ ସରିଯିବ ତେବେ ଟିମ ଇଣ୍ଡିଆର ସଦସ୍ୟଙ୍କୁ ବିଶ୍ରାମ ମିଳିବ । ଇତି ମଧ୍ୟରେ ଟିମ ଇଣ୍ଡିଆ କୋଚ ଗୌତମ ଗମ୍ଭୀର ତାଙ୍କ ବାସଭବନରେ ଖେଳାଳିମାନଙ୍କୁ ରାତ୍ରଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ । ଟିମ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
Comments are closed.