Latest Odisha News

BREAKING NEWS

Chemistry Nobel Prize 2025: ମରୁଭୂମି ବାୟୁରୁ ଜଳ ସଂଗ୍ରହ କରିବାର ଆବିଷ୍କାର ପାଇଁ ତିନି ବୈଜ୍ଞାନିକଙ୍କୁ ମିଳିବ ସମ୍ମାନ

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ବୁଧବାର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି । ଚଳିତ ବର୍ଷ କେମିଷ୍ଟ୍ରି ପାଇଁ ସୁସୁମୁ କିଟାଗାୱା (ଜାପାନ), ରିଚାର୍ଡ ରବସନ୍ (ଅଷ୍ଟ୍ରେଲିଆ) ଏବଂ ଓମାର ଏମ୍. ୟାଘି (ଆମେରିକା)ଙ୍କୁ ନୋବେଲ ପ୍ରଦାନ କରାଯିବ ।ମେଟାଲ ଅର୍ଗାନିକ ଫ୍ରେମୱାର୍କ(MOFS) ସୃଷ୍ଟି କରିବାରେ ସେମାନଙ୍କର ଅଗ୍ରଣୀ କାର୍ଯ୍ୟ ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ।

ସୋମବାର ଚିକିତ୍ସା ଏବଂ ମଙ୍ଗଳବାର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବା ପରେ, ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସର ମହାସଚିବ ହାନ୍ସ ଏଲଗ୍ରେନ୍ ବୁଧବାର ଏହି ପୁରସ୍କାର ଘୋଷଣା କରିଛନ୍ତି।

ବୈଜ୍ଞାନିକମାନେ ମେଟାଲ ଅର୍ଗାନିକ ଫ୍ରେମୱାର୍କକୁ (MOFs) ଉନ୍ନତ କରିବାର ଏକ ନୂତନ ଉପାୟ ଆବିଷ୍କାର କରିଛନ୍ତି। ଏହି ଫ୍ରେମୱାର୍କଗୁଡ଼ିକ ଧାତୁ ଏବଂ ଜୈବିକ ସାମଗ୍ରୀରେ ତିଆରି ଏବଂ ଏଥିରେ କ୍ଷୁଦ୍ର ଛିଦ୍ର ଥାଏ ଯାହା ଗ୍ୟାସ ସଂରକ୍ଷଣ କରିବା, ବାୟୁରୁ କାର୍ବନ ଡାଇଅକ୍ସାଇଡ୍ ବାହାର କରିବା ଏବଂ ରାସାୟନିକ ପ୍ରକ୍ରିୟାକୁ ସମର୍ଥନ କରିବା ପାଇଁ ବ୍ୟବହାର କରାଯାଇପାରିବ।

ନୋବେଲ ପୁରସ୍କାର ବିଜେତାମାନେ ବିଶେଷ ଆଣବିକ ଗଠନ ନିର୍ମାଣ କରିଛନ୍ତି । ଏହି ଗଠନଗୁଡ଼ିକ ଭିତରେ ବଡ଼ ସ୍ଥାନ ଅଛି । ଗ୍ୟାସ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥଗୁଡ଼ିକ ଏହି ସ୍ଥାନଗୁଡ଼ିକ ଦେଇ ସହଜରେ ଗତି କରିପାରିବେ । ଗବେଷକମାନେ ଏଗୁଡ଼ିକୁ ବ୍ୟବହାର ମରୁଭୂମି ବାୟୁରୁ ପାଣି ସଂଗ୍ରହ କରିବା, ପାଣିରୁ ପ୍ରଦୂଷକ ପଦାର୍ଥ ବାହାର କରିବା, କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରିବା ଏବଂ ହାଇଡ୍ରୋଜେନ୍ ସଂରକ୍ଷଣ କରିବା ପାଇଁ କରିଛନ୍ତି ।

ଜୀବନ କିମ୍ବା ପରିବେଶକୁ ଉନ୍ନତ କରିବାରେ ଯୋଗଦାନ ଦେଉଥିବା ଆବିଷ୍କାର କରିଥିବା ବୈଜ୍ଞାନିକମାନଙ୍କୁ ପ୍ରତିବର୍ଷ ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ପ୍ରଦାନ କରାଯାଏ।

 

 

Comments are closed.