Latest Odisha News

BREAKING NEWS

ଗିରଫ ହେଲେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଚହଳ ସୃଷ୍ଟି କରିଥିବା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

ପୋଲିସ ହାତରେ ଧରାପଡିଥିବା ମୁଖ୍ୟର ନାମ ଋଷିକେଶ ଦେୱଡିକର ହୋଇଥିବା ବେଳେ ତାକୁ ୪୪ ବର୍ଷ ବୋଲି ଜଣାପଡିଛି ।

ଏହି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିବା ଋଷିକେଶକୁ ବେଙ୍ଗାଲୁରୁ ଏସଆଇଟି ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାର କତରାସରୁ ଗିରଫ କରିଥିବା ଜଣାପଡ଼ିଛି ।

ଅଭିଯୁକ୍ତ ଋଷିକେଶକୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି । ଋଷିକେଶ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା ବୋଲି ଏସଆଇଟି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା ।

ଋଷିକେଶ ନିଜର ପ୍ରକୃତ ପରିଚୟ ଗୋପନ ରଖି ପ୍ରଦୀପ ଖେମକା ନାମକ ଜଣେ ବ୍ୟବସାୟୀଙ୍କ ପେଟ୍ରୋଲ ପମ୍ପରେ କାମ କରୁଥିବା ପୁଲିସକୁ ପୂର୍ବରୁ ସୂଚନା ମିଳିଥିଲା ।

ଏହାପରେ କିଛିଦିନ ତାକୁ ଲକ୍ଷ୍ୟ କରି ସେହିଁ ଅଭିଯୁକ୍ତ ବୋଲି ନିଶ୍ଚିତ ହେବାପରେ ପୋଲିସ ତାଙ୍କୁ ଗିରଫ କରିଛି ।

ସୂଚନା ଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ ତାରିଖ ଦିନ ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଯାଇଥିଲା । ଏହାପରଠାରୁ ଋଷିକେଶ ଦେୱଡିକର ଫେରାର୍ ଥିଲା।

Comments are closed.