ନୂଆଦିଲ୍ଲୀ: Fssai ଖାଦ୍ୟ ଉତ୍ପାଦ ସମ୍ପର୍କରେ ସମସ୍ତ କମ୍ପାନୀକୁ ଏକ ନିର୍ଦ୍ଦେଶ ଜାରି କରିଛି। ସମସ୍ତ ଖାଦ୍ୟ ଉତ୍ପାଦର ବ୍ରାଣ୍ଡ ଶ୍ରେଣୀରୁ ଓଆରଏସ ଶବ୍ଦର ବ୍ୟବହାରକୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛି।
କେବଳ WHO ଅନୁମୋଦିତ ଉତ୍ପାଦରେ ହିଁ ଓଆରଏସ ଲେଖାଯିବ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି। ଏଥିସହିତ ଯେଉଁ କମ୍ପାନୀ ମାନେ “ଓଆରଏସ” ଶବ୍ଦର ବ୍ୟବହାର କରିଛନ୍ତି ସେମାନଙ୍କୁ ଏହା ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଏହା ପୂର୍ବରୁ ୧୪ ଜୁଲାଇ ୨୦୨୨ ଏବଂ ୨ ଫେବୃଆରୀ ୨୦୨୪ର ଏକ ଆଦେଶ ଅନୁଯାୟୀ ବ୍ରାଣ୍ଡ ନାମରେ ଓଆରଏସ ଶବ୍ଦକୁ ଏକ ଆରମ୍ଭରେ କିମ୍ବା ଶେଷରେ ଯୋଡିବାକୁ ଅନୁମତି ଦିଆଯାଇଥିଲା। WHO ଦ୍ୱାରା ସୁପାରିଶ କରାଯାଇଥିବା ଉତ୍ପାଦଟି ଏକ ORS ଫର୍ମୁଲା ନୁହେଁ ବୋଲି ମଧ୍ୟ କିଛି ଉତ୍ପାଦନରେ ଚେତାବନୀ ସହିତ ଲେଖା ଯାଇଥିଲା। ବର୍ତ୍ତମାନ୍ ଏହି ଦୁଇଟି ପୁରୁଣା ନିର୍ଦ୍ଦେଶକୁ ବାତିଲ କରାଯାଇଛି।
ତେବେ ଏପରି କରିବା ଦ୍ବାରା ଗ୍ରାହକ ମାନେ ଭ୍ରମିତ ହେବା ସହ ଏହା FSSAI ଆଇନ, ୨୦୦୬ର ଧାରା ୨୩ ଏବଂ ୨୪ର ଉଲ୍ଲଂଘନ ବୋଲି ବିବେଚନା କରାଯାଏ। ଯଦି କେହି ଏହାକୁ ନ ମାନନ୍ତି ତେବେ ଉଲ୍ଲଂଘନ ଧାରା ୫୨ ଏବଂ ୫୩ ଅନୁଯାୟୀ ସେମାନଙ୍କୁ ଦଣ୍ଡ ହୋଇପାରେ ବୋଲି କୁହାଯାଇଛି। ଏଥିସହିତ ଲେବଲିଂ ଏବଂ ବିଜ୍ଞାପନ ସହିତ ଜଡିତ ସମସ୍ତ ନିୟମ ପାଳନ କରିବାକୁ ପଡିବ ବୋଲି fssai ତରଫରୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଓଆରଏସ ସଦୃଶ ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଉତ୍ପାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ” କୁ ନେଇ ୮ ଏପ୍ରିଲ, ୨୦୨୨ର ଆଦେଶ ବଳବତ୍ତର ରହିଥିବା ସୂତ୍ରରୁ ଜଣାପଡ଼ିଛି।
Comments are closed.