Latest Odisha News

BREAKING NEWS

ସ୍ତ୍ରୀର ରୋଗ ଜାଣିବା ପରେ ଜୀବନ ନେଲା ଡାକ୍ତର ସ୍ୱାମୀ

ବେଙ୍ଗାଲୁରୁ: କୁହାଯାଏ ବିବାହ ପରେ ଦୁଇଟି ଆତ୍ମାର ମିଳନ ହୁଏ । ପତି-ପତ୍ନୀ ଏକ ହୋଇ ସଂସାର ଆରମ୍ଭ କରନ୍ତି । ଅଗ୍ନିକୁ ସାକ୍ଷୀ ରଖି ପତ୍ନୀକୁ ସାରା ଜୀବନ ସୁଖରେ ରଖିବ ବୋଲି ଶପଥ ନିଏ ସ୍ୱାମୀ । ହେଲେ ଏମିତି ଏକ ସ୍ୱାମୀ ଯିଏ ସ୍ତ୍ରୀକୁ ସାଥୀରେ ରଖିବ କଣ ତାର ଜୀବନ ନେଇ ଯାଇଛି । ସ୍ତ୍ରୀର ରୋଗ ଜାଣିବା ପରେ ଡାକ୍ତର ସ୍ୱାମୀ ନିଜ ସ୍ତ୍ରୀକୁ ରାସ୍ତାରୁ ହଟାଇ ଦେଇଛି। ଏହି ଘଟଣା କର୍ଣ୍ଣାଟକରେ ଘଟିଛି।

ବେଙ୍ଗୋଲରରେ ୨୮ ବର୍ଷିୟା ଚର୍ମ ବିଶେଷଜ୍ଞ କ୍ରିଥିକା ଏମ ରେଡ୍ଡି ଡାକ୍ତର ମହେନ୍ଦ୍ରଙ୍କୁ ଗତବର୍ଷ ବିବାହ କରିଥିଲେ । କ୍ରିଥିକା ବିବାହ କରିବା ପରେ ଅଜଣା ରୋଗରେ ପୀଡିତ ହୋଇଥିଲେ । ରୋଗରେ ପୀଡିତ ହେବା ପରେ ଗତ ଏପ୍ରିଲ ୨୪ ତାରିଖରେ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ଘରୁ ମିଳିଥିଲା । ମୃତଦେହ ବ୍ୟବଛେଦ ପରେ ଶରୀରେ ପ୍ରୋପୋଫଲର ଚିହ୍ନ ଦେଖାଯାଇଥିଲା । ଏହାପରେ ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ଦିଗରୁ ତଦନ୍ତ ପରେ ତାଙ୍କ ସ୍ୱାମୀ ହତ୍ୟା କରିଛି ବୋଲି ସ୍ପଷ୍ଟ ହୋଇଥିଲା । ଆଉ ତଦନ୍ତ ରିପୋର୍ଟ ଆଧାରରେ ସ୍ୱାମୀ ମହେନ୍ଦ୍ରଙ୍କୁ ଗିରଫ କରିଛି ।

ପୋଲିସ କହିବାନୁସାରେ ସ୍ତ୍ରୀଙ୍କ ରୋଗ ସମ୍ପର୍କରେ ମହେନ୍ଦ୍ର ଜାଣିଥିଲା । ଏହାପରେ ଅଭିଯୁକ୍ତ ସ୍ୱାମୀ ହସ୍ପିଟାଲ ମାଧ୍ୟମରେ ବେଆଇନଭାବେ ଡ୍ରଗ୍ସ ପାଇଥିଲା । ଆଉ ନିଜେ ଡାକ୍ତର ହୋଇଥିବାରୁ ଏହାର ଫାଇଦା ନେଇ ଓଭରଡୋଜ ଇଞ୍ଜେକସନ ଦେଇଥିଲା । ନିଜେ ସାବଧାନତାର ସହ ହତ୍ୟା କରିବା ପରେ ଏହାର ରୂପ ଅଲଗା କହିଥିଲା । ଆଗରୁ ମହେନ୍ଦ୍ର ନାଁରେ ଏକାଧିକ ଅପରାଧିକ ମାମଲା ଥିଲା । ଠକେଇ, ଧମକ ସମେତ ଅନେକ ମାମଲା ଥିଲା ବୋଲି ପୋଲିସ ସୂଚନା ଦେଇଛି । ତେବେ ପତ୍ନୀ ହତ୍ୟାକାରୀଙ୍କୁ ଆଇନ କଠିନ ଦଣ୍ଡ ଦେଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।

Comments are closed.