ନୂଆଦିଲ୍ଲୀ: ବିହାର ରାଜନୀତିରେ ପ୍ରଥମ । ଡେଡ୍ଲାଇନ ପରେ ବି ଅଫିସିଆଲ ଭାବେ ଘୋଷଣା ହୋଇପାରିଲା ନାହିଁ ପ୍ରାର୍ଥୀ ତାଲିକା । ମହାଗଠବନ୍ଧନ ଭିତରେ ଏମିତି ପେଞ୍ଚ ଫସିଛି ଯେ ସମାଧାନର ବାହାରୁନି ବାଟ । ପ୍ରାର୍ଥୀ ଘୋଷଣା ହେବ ହେବ କହି, ହୋଇପାରିଲା ନାହିଁ ଆସନ ବୁଝାମଣା । ନା କଂଗ୍ରେସ ରାଜି ହେଉଛି ନା ଆରଜେଡି… ମହାଗଠବନ୍ଧନର ଦୁଇ ବଡ଼ ଦଳ ସିଟ ସେୟାରିଂରେ ଅବୁଝା । ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ମହାଗଠବନ୍ଧନ ଭିତରେ ନାହିଁ ତାଳମେଳ । ଶୁଣିବାକୁ ମିଳୁଛି ଯେ କୁଆଡ଼େ ରାହୁଲ ବି ଏଥର ପୂରା ଜିଦ୍ରେ ଅଛନ୍ତି । ଏପଟେ ତେଜସ୍ୱୀ ମଧ୍ୟ ନଛଡ଼ବନ୍ଧା ।
https://youtu.be/g0YzjlkQchs?si=3kGE0pt5iKboK3J0
ମହାଗଠବନ୍ଧନର ସ୍ଥିତି ଏମିତି ହେଲାଣି ଯେ ଭିଆଇପି ମୁଖ୍ୟ ମୁକେଶ ସାହାନି ମଧ୍ୟ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି । ମୁକେଶ ହେଉଛନ୍ତି ସେହି ନେତା ଯାହାକୁ ରାହୁଲ ଓ ତେଜସ୍ୱୀ ଆଗକୁ ଆଣିଥିଲେ । ରାଜ୍ୟସଭା ଯିବା ନେଇ ମନା କରିବା ସହ ଉପମୁଖ୍ୟମନ୍ତ୍ରୀ ହେବା ନେଇ କହିଛନ୍ତି ମୁକେଶ…ତାଙ୍କ ଦଳ ଲଗାତାର ଅଧିକ ଆସନ ଦାବି କରୁଥିଲା…ଶେଷରେ ଭିଆଇପିକୁ ୧୫ଟି ଆସନରେ ସନ୍ତୁଷ୍ଟ କଲେ ତେଜସ୍ବୀ ଓ ରାହୁଲ…କିନ୍ତୁ କଂଗ୍ରେସ, ଆରଜେଡି ଓ ବାମ ଦଳ ଭିତରେ ହୋଇ ପାରିଲାନି ସହମତି…ସେପଟେ ବିଭିନ୍ନ ଆସନରେ ତିନିଟି ଯାକ ଦଳର ପ୍ରାର୍ଥୀ କରିଛନ୍ତି ନୋମିନେସନ୍…ଯାହା ମହାଗଠବନ୍ଧନରେ ମହାଫାଟ ନେଇ ସଂକେତ ଦେଉଛି…ଯାହାକୁ ନେଇ କଟାକ୍ଷ କରୁଛନ୍ତି ଏନ୍ଡିଏ ନେତା
ଗୁରୁବାର ରାତିରେ କଂଗ୍ରେସ ୪୮ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା…ଏହାପରେ ଆଶା କରାଯାଉଥିଲା ଯେ, ମହାଗଠବନ୍ଧନ ଆସନ ବୁଝାମଣା ନେଇ ଚିତ୍ର ସ୍ପଷ୍ଟ କରିବ…ହେଲେ ସେଭଳି କିଛି ହେଲା ନାହିଁ…ବରଂ ଶେଷ ଦିନରେ ଅର୍ଥାତ୍ ଶୁକ୍ରବାର ବିଭିନ୍ନ ଦଳର ନେତାମାନେ ସିଧାସଳଖ ଯାଇ ନାମାଙ୍କନ ଭରିବାରେ ଲାଗିଲେ..ଚାହୁଁ ଚାହୁଁ ସନ୍ଧ୍ୟା ହୋଇଗଲା…ଡେଡ୍ଲାଇନ୍ ବି ପାର୍ କରିଗଲା…ହେଲେ ମହାଗଠବନ୍ଧନର ଆସ ବୁଝାମଣା ଘୋଷଣା ହୋଇ ପାରିଲାନି…
Comments are closed.